www.samajalive.in
Sunday, December 14, 2025
17.1 C
Bhubaneswar

ମିଳିଲା ହଜାରେ ବର୍ଷ ତଳର ସାଧୁଙ୍କ କଙ୍କାଳ, ଧ୍ୟାନ ମୁଦ୍ରାରେ ନେଇଥିଲେ ସମାଧି

ସମାଜ ଡିଜିଟାଲ ଡେସ୍କ: ଗୁଜରାଟର ମେହସାନା ଜିଲା ଅନ୍ତର୍ଗତ ବଡ଼ନଗରରୁ ଏକ ହଜାର ବର୍ଷ ତଳର ମାନବ କଙ୍କାଳ ଉଦ୍ଧାର ହୋଇଛି। ଉତଖନନ ସମୟରେ ମାଟିତଳୁ ଏହି କଙ୍କାଳ ମିଳିଛି। କଙ୍କାଳଟି ଧ୍ୟାନମୁଦ୍ରା ଅବସ୍ଥାରେ ରହିଥିବାରୁ ଏହା କୌଣସି ସାଧୁଙ୍କର ହୋଇଥାଇପାରେ ବୋଲି କୁହାଯାଉଛି। ଡିଏନଏ ପରୀକ୍ଷା କରାଯିବା ପରେ ଏହା ଜଣେ ସାଧୁଙ୍କର ଏବଂ ସେ ଜୀବିତ ଅବସ୍ଥାରେ ଧ୍ୟାନମୁଦ୍ରାରେ ସମାଧି ନେଇଥିବା ଆଶଙ୍କା କରାଯାଉଛି। ଭାରତରେ ପ୍ରଥମ ଥର ଲାଗି ଧ୍ୟାନମୁଦ୍ରାରେ ମାନବ କଙ୍କାଳ ଉଦ୍ଧାର ହୋଇଛି, ଯେଉଁଥିରେ ଐତିହାସିକ ଏବଂ ଧାର୍ମିକ ମହତ୍ଵ ଲୁଚିରହିଥିବା କୁହାଯାଉଛି। କଙ୍କାଳଟିକୁ ବର୍ତ୍ତମାନ ବଡ଼ନଗରରେ ରଖାଯାଇଛି।

ବଡ଼ନଗରରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ ହୋଇଛି। କିନ୍ତୁ ସେଠାରେ ଏହି କଙ୍କାଳଟିକୁ ସ୍ଥାନ ମିଳିପାରି ନାହିଁ। ଏ ସମ୍ପର୍କରେ ଗୁଜରାଟ ପ୍ରତ୍ନତତ୍ତ୍ଵ ଏବଂ ସଂଗ୍ରହାଳୟ ବିଭାଗର ନିୟନ୍ତ୍ରକ ଡା. ପଙ୍କଜ ଶର୍ମା ସୂଚନା ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories