www.samajalive.in
Sunday, December 14, 2025
23.1 C
Bhubaneswar

ଭିଡିଓରେ ଦୁଃଖଦ ଦୃଶ୍ୟ: ହସି ହସି ଭାଷଣ ଦେଉଥିଲେ ଛାତ୍ରୀ, ହୃଦଘାତରେ ଟଳିପଡ଼ିଲେ

ସମାଜ ଡିଜିଟାଲ ଡେସ୍କ: ହସି ହସି ମଞ୍ଚରେ ଦେଉଥିଲେ ଭାଷଣ। ନିକ ବକ୍ତବ୍ୟରେ ସାଙ୍ଗସାଥୀ, ଅଭିଭାବକ ଏବଂ ଅତିଥିଙ୍କ ମନରେ ବି ଭରିଦେଇଥିଲେ ହସ। ହେଲେ ସେହି କ୍ଷଣରେ ଟଳିପଡ଼ିଲେ ଛାତ୍ରୀ। ମାତ୍ର ୨୦ ବର୍ଷ ବୟସରେ ଲିଭିଗଲା ଜୀବନ ଦୀପ। ହୃଦଘାତରେ ଚାଲିଗଲା ଜୀବନ। ଏଭଳି ଏକ ଦୁଃଖଦ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଧାରାଶିବ ଜିଲାରୁ। କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି, ଯାହା ସମସ୍ତଙ୍କ ଅତ୍ୟନ୍ତ ବ୍ୟଥିତ କରିଛି।

ସୂଚନା ଅନୁସାରେ, ଏହି ଘଟଣା ଧାରାଶିବ ଜିଲା ସିନ୍ଦେ କଲେଜରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ,ତ ୨୦ ବର୍ଷୀୟା ଛାତ୍ରୀ ବର୍ଷା ଖରାତ ଦୃଢ଼ ଆତ୍ମବିଶ୍ଵାସ ଏବଂ ହସଭରା ମୁହଁରେ ବିଦାୟୀ ଉତ୍ସବର ପ୍ରାରମ୍ଭିକ ଭାଷଣ ଦେଉଛନ୍ତି। ସେ ହସି ହସି ନିଜ ସାଙ୍ଗସାଥୀ ଏବଂ ଶିକ୍ଷକମାନଙ୍କୁ ସମ୍ବୋଧିତ କରୁଛନ୍ତି। ହେଲେ ପରବର୍ତ୍ତୀ କ୍ଷଣରେ ସେ ହଠାତ ତଳେ ପଡ଼ିଯାଉଛନ୍ତି। ସେଠାରେ ଉପସ୍ଥିତ ଲୋକେ ହଠାତ କିଛି ବୁଝିପାରୁ ନାହାନ୍ତି। ତୁରନ୍ତ ସେମାନେ ବର୍ଷାଙ୍କ ନିକଟକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଆଉ ଉଠୁନାହାନ୍ତି। ତୁରନ୍ତ ତାଙ୍କୁ ପରଣ୍ଡାସ୍ଥିତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ବର୍ଷାଙ୍କୁ ମୃତ ଘୋଷଣା କରିଥିଲେ। ଭାଷଣ ଦେବା ସମୟରେ ହୃଦଘାତ ଯୋଗୁ ଏପରି ଘଟିଥିବା ଡାକ୍ତର କହିଛନ୍ତି।

- Advertisement -

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories