www.samajalive.in
Monday, December 15, 2025
16.1 C
Bhubaneswar

ଭୁବନେଶ୍ୱରରୁ ଏଏସଓ ନିଖୋଜ, ଭରତପୁର ଥାନାରେ ଏତଲା

ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପ୍ରକାଶ କୁମାର ସାହୁ ନିଖୋଜ ଥିବା ଅଭିଯୋଗ ହୋଇଛି। ପ୍ରକାଶ ସାହୁ ନିଖୋଜ ହୋଇଯାଇଥିବା ନେଇ ଭରତପୁର ଥାନାରେ ଏତଲା ଦାୟର ହୋଇଛି। ଅଭିଯୋଗ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ ସହ ପ୍ରକାଶଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ଲୋକସେବା ଭବନରେ ଏଏସଓ ଭାବେ କାର୍ଯ୍ୟରତ ପ୍ରକାଶ କୁମାର ସାହୁ ଶୁକ୍ରବାର ଡ୍ୟୁଟିକୁ ଯାଇଥିଲେ। ଲୋକସେବା ଭବନରେ ଡ୍ୟୁଟି ସାରିବା ପରେ ସେ ଆଉ ଘରକୁ ଫେରିନଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରକାଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ଖୋଜଖବର ନ ପାଇବାରୁ ଆଜି ଭରତପୁର ଥାନାରେ ଏତଲା ଦିଆଯାଇଛି। ଏଏସଓ ନିଖୋଜ ହୋଇଯାଇଥିବା ନେଇ ଭରତପୁର ଥାନାରେ ସମ୍ପର୍କୀୟ ଭାଇ ଏତଲା ଦାୟର କରିଛନ୍ତି। ପ୍ରକାଶଙ୍କ ମୋବାଇଲ ଫୋନ୍‌‌ ସ୍ୱିଚ୍‌‌ ଅଫ ରହିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories