www.samajalive.in
Wednesday, December 10, 2025
26.1 C
Bhubaneswar

ମା’ ଦକ୍ଷିଣ କାଳୀଙ୍କ ଦଣ୍ଡ ଯାତ୍ରା ଶୁଭାରମ୍ଭ

ଗଞ୍ଜାମ: ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡ କାଳୀଙ୍କ ୧୩ଦିନ ବ୍ୟାପି ଦଣ୍ଡଯାତ୍ରା  ବୁଧବାର ଆରମ୍ଭ ହୋଇଛି। ଦଣ୍ଡୁଆ ଦଳ ପ୍ରଥମେ ଦାମୋଦର ପୁରନିକଟରେ କଲେଜ ରୋଡ଼ ସ୍ଥିତ ମା’ ଙ୍କ ମନ୍ଦିରରୁ ବାହାରିଥିଲେ। ଏହାପରେ ରାମେଶ୍ୱର ମନ୍ଦିରକୁ ଯାଇ ଠାକୁରଙ୍କୁ ଆବାହନ କରି ପ୍ରଭୁଙ୍କୁ ସାଙ୍ଗରେ ନେଇ ଢୋଲ ବଜାଇ ସହର  ପରିକ୍ରମା ସହ ମାନସିକ ଧାରି ଓଡ଼ିଆ ଢମଣା ସାହିରେ ଧୂଳି ଦଣ୍ଡ କରିଥିଲେ।

ଏହାସହ ରାତ୍ରିରେ ରାମଲିଙ୍ଗେଶ୍ୱର ନାଟ୍ୟ କଳା ସଂସଦ ତରଫରୁ ଚଳିତ ବର୍ଷ ର ସାମାଜିକ ନାଟକ ‘ମୁଁ ମଲା ପରେ କାନ୍ଦିବ କିଏ’ ମଞ୍ଚସ୍ଥ ହୋଇ ଥିଲା। ମା’ ଦକ୍ଷିଣ ଦଣ୍ଡକାଳୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଭୀମ ରେଡି, ସନ୍ତୋଷ ସାହୁ, ତ୍ରିନାଥ ରାଉଳ, ବିଷ୍ଣୁ ପ୍ରସାଦ ସେଠି, ପ୍ରଭାତ କୁମାର ସାହୁ, ଆଦେୟ ରେଡି, ଶିବ ଶଙ୍କର ପରିଡା, ରଞ୍ଜନ ବେହେରା ଓ ମନ୍ଦିରର ସମସ୍ତ ସଦସ୍ୟ ଉପସ୍ଥିତ ରହି  ପରିଚାଳନା କରିଥିଲେ।

- Advertisement -

ଆସନ୍ତା ବିଷୁବ ସଂକ୍ରାନ୍ତିରେ ମା’ଙ୍କ ଯାତ୍ରା ଉଦଯାପିତ ହେବ ବୋଲି ଦଣ୍ଡକାଳୀ ସେବକ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। ସେହିପରି ଚୌଧୁରୀ ସାହି ର ମଧ୍ୟ ଏକ ତେର ଦିନିଆ ଦଣ୍ଡୁଆ ଦଳ ଯାତ୍ରା ପାଇଁ ବାହାରିଛନ୍ତି।  ମଧ୍ୟାହ୍ନରେ ଧୂଳି ଦଣ୍ଡ, ଅପରାହ୍ନ ରେ ପାଣି ଦଣ୍ଡ, ରାତ୍ର ଅଗ୍ନି ଦଣ୍ଡ ସହ ସଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ମିଳିଛି। ଏଥିପାଇଁ ଗଞ୍ଜାମ ସହର ବର୍ତମାନ ଉତ୍ସାବ ମୁଖର ହୋଇଉଠିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories