www.samajalive.in
Monday, December 8, 2025
14.1 C
Bhubaneswar

ନ୍ୟାସନାଲ ହାଇୱେ ସର୍କଲ କାର୍ଯ୍ୟାଳୟ ସିଲ

ସମ୍ବଲପୁର: ସମ୍ବଲପୁର ସ୍ଥିତ ନ୍ୟାସନାଲ ହାଇଓ୍ବେ ସର୍କଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାୟଳ ସିଲ ହୋଇଛି। ଏହି କାର୍ଯ୍ୟାଳୟରେ ଥିବା ଆସବାବ ପତ୍ର ସିଲ୍ କରାଯାଇଛି। ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶରେ ଏହା ସିଲ ହୋଇଛି। ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡର ବକେୟା ଟଙ୍କା ନ ଦେବାରୁ ଏହି କାର୍ଯ୍ୟାଳୟକୁ ସିଲ କରାଯାଇଛି।

ଗତ ୨୦୦୭ ଓ ୨୦୦୮ ମସିହାରେ କେଉଁଝର ଜାତୀୟ ରାଜପଥର କାର୍ଯ୍ୟ କରାଯାଇଥିଲା, ଯାହାର ବକାୟା ଟଙ୍କା ୭୪ ଲକ୍ଷ ବାକି ରହିଥିଲା। ତେବେ ମୂଳ ଟଙ୍କାକୁ ମିଶାଇ ବର୍ତ୍ତମାନ ପାଖାପାଖି ୧ କୋଟି ୪୨ ଲକ୍ଷ ଟଙ୍କା ବକେୟା ଥିବା ସୂଚନା ମିଳିଛି। ୨୦୦୭-୨୦୦୮ରେ ୪୦୧ ରୁ ୪୧୨ କିଲୋମିଟର ଏନଏଚ ୬ କେନ୍ଦୁଝର ଡିଭିଜନର କାମ ହୋଇଥିଲା।

- Advertisement -

ଏନେଇ ଠିକାଦାର ବାରମ୍ବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଵା ପରେ ୨୦୧୩ରେ ଏନେଇ କୋର୍ଟରେ କେସ କରିଥିଲେ। ଆଜି କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ପରେ ନିର୍ବାହି ଯନ୍ତ୍ରୀଙ୍କ ଅଫିସ ଆସବାବ ପତ୍ର ସିଲ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories