www.samajalive.in
Monday, December 8, 2025
14.1 C
Bhubaneswar

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ। ଏହା ସହିତ ୨ଟି ଟ୍ରଲରକୁ ଜବତ କରାଯାଇଛି। ଅଲିଭରିଡ୍‌ଲେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ଏହି ମତ୍ସ୍ୟଜୀବୀମାନେ ମାଛ ଧରୁଥିଲେ। ଗିରଫ ​‌ହୋଇଥିବା ମତ୍ସ୍ୟଜୀବୀମାନେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲାର। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଭିତରକନିକା ଏସିଏଫ ମାନସ ଦାସଙ୍କ ସୂଚନା ଅନୁସାରେ, ଟ୍ରଲରଗୁଡ଼ିକ ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳରେ ଅନୁପ୍ରବେଶ କରି ମାଛ ଧରୁଥିଲେ। ବର୍ତ୍ତମାନ ସୁଦ୍ଧା ୨୦୦ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇସାରିଛି। ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଋତୁ ଯୋଗୁ ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧ରୁ ୭ ମାସ ପର୍ଯ୍ୟନ୍ତ ଧାମରାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ୨୦ କିଲୋମିଟର ଦୂର ଯାଏ ସାମୁଦ୍ରିକ ଅଞ୍ଚଳରେ ଟ୍ରଲରରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories