ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ଆଉ ୫ ଜଣ ଖେଳାଳି । ପ୍ରଥମେ ସଞ୍ଜୁ ସାମସନ୍ ପହଞ୍ଚିଥିବା ବେଳେ ପରବର୍ତ୍ତି ବିମାନରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା, ଶୁବମନ୍ ଗିଲ୍ ଏବଂ ଶିବମ ଦୁବେ ପହଞ୍ଚିଥିଲେ । ହୋଟେଲ ତଥା କ୍ରୀଡ଼ା ବିଭାଗ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯିବା ସହ ସ୍ବତନ୍ତ୍ର ବସ୍ ଯୋଗେ ହୋଟେଲ ମେଫେୟାର ଆସିଛନ୍ତି । ଆସନ୍ତାକାଲି ଦିନ ପ୍ରାୟ ୧ଟାରେ ନେଟ ପ୍ରାକ୍ଟିସ୍ ପାଇଁ ବାରବାଟୀ ଯିବେ ଖେଳାଳି ।




