www.samajalive.in
Tuesday, December 9, 2025
23.1 C
Bhubaneswar

ବନବିଭାଗର ଦୁର୍ନୀତି: ବିଧାୟକଙ୍କୁ ଫେରାଦ ହେଲେ ଲୋକେ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ, ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟରେ ବନବିଭାଗର ଦୁର୍ନୀତି ଏବେ ସବୁ ସୀମା ଲଂଘି ସାରିଥିବାବେଳେ ଗଦା ଗଦା ଅଭିଯୋଗକୁ ତିଳେମାତ୍ର ଖାତିର କରୁନି ବନବିଭାଗ। କେବଳ ରାମଚନ୍ଦ୍ରପୁର ଗ୍ରାମ୍ୟ ଜଙ୍ଗଲରେ ବିଭିନ୍ନ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି କିନ୍ତୁ ଦେଖିଲାବେଳକୁ ସେଇ ଜଙ୍ଗଲରେ ଆଦୌ ଗଛ ନାହିଁ। ଗୋଟିଏ ସ୍ଥାନରେ ଏକାଧିକ ଯୋଜନାର ପାଣ୍ଠି ଖର୍ଚ୍ଚ କରାଯାଇ ହରିଲୁଟ ହୋଇଥିବାବେଳେ ମଲା ଗଛରେ ପାଣି ଦେଇ ଏକ ହାସ୍ୟାସ୍ପଦ ଉଦାହରଣ ସୃଷ୍ଟି କରିଛି। କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଲୁଟତରାଜ ଚାଲିଥିବାବେଳେ ଅଭିଯୋଗକାରୀ ବନ ସୁରକ୍ଷା ସମିତି ଓ ଗ୍ରାମବାସୀଙ୍କୁ ଖୁଲମଖୁଲା ଧମକ ଦେଉଛନ୍ତି ବନବିଭାଗର ଅଧିକାରୀ ଓ କର୍ମଚାରୀ। ଏହାକୁ ଘୋର ନିନ୍ଦା କରିବା ସହିତ ବନବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ତଥା ଅସ୍ଥାୟୀ କର୍ମଚାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଲାଞ୍ଜିଗଡ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଗ୍ରାମବାସୀ। ଆଜି ବିଧାୟକ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସିଥିବାବେଳେ ତାଙ୍କୁ ବିଶ୍ୱନାଥପୁରଠାରେ ସାକ୍ଷାତ କରି ଏ ସଂକ୍ରାନ୍ତୀୟ ଦାବିପତ୍ର ପ୍ରଦାନ କରାଯାଇଛି। ଏହାସହିତ ବନବିଭାଗର ମହାଦୁର୍ନୀତିର ଭିଜିଲାନ୍ସ କିମ୍ବା ଇଡି ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଅଞ୍ଚଳବାସୀ ଆନ୍ଦୋଳନମୁହାଁ ହେବା ସହିତ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଦାବିପତ୍ର ଗ୍ରହଣ କରିବା ସହିତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ବିଧାୟକ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories