ମା’ ନିଆଳିମୁଲି ମନ୍ଦିରରେ ଚଇତି ପର୍ବ 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଶ୍ରମ ପଡା ୱାର୍ଡ ନଂ ୧୪ ସ୍ଥିତ ଗ୍ରାମ ଦେବତୀ ମା ନିଆଳି ମୁଲି ମନ୍ଦିରରେ ଚଇତି ପର୍ବ ପାଳନ ହୋଇଯାଇଛି । ଆଜି ଅପରାହ୍ନ ଭୋଗ ଲାଗି ଅନୁଷ୍ଠିତ ହୋଇଯାଇଛି । ମାଙ୍କ ନିକଟରେ ଗ୍ରାମ /ପଡାର ଶାନ୍ତି ପାଇଁ ଭକ୍ତ ମାନେ ନଡ଼ିଆ, ଖଇ, ମୁଆଁ ମା’ଙ୍କ ନିକଟରେ ଭୋଗ ଲଗାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ମା’ଙ୍କ ନିକଟରେ ମାନସିକ ରଖିଥିବା ଭକ୍ତ ବୋଦା ଓ କୁକୁଡ଼ା ବଳି ଚଢାଇ ଥିଲେ । ପୂଜାର୍ଚନା କାର୍ଯ୍ୟରେ ପୂଜକ ଦେହୁରୀ ଭୀମ ବଛା, ଧୂବାଲେଶ୍ୱର ବଛା, ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିବାବେଳେ ବିଶ୍ୱନାଥ ଛତ୍ରିଆ, ଟିକେଶ୍ୱର ବଛା, କୁନୁ ପୋଢ଼, ଅଶୋକ ଛତ୍ରିଆ, ଗୁଞ୍ଚୁ ଘିବେଲା ମନୀଷ ହଂସ ସହଯୋଗ କରିଥିଲେ ।

Comments are closed.