www.samajalive.in
Sunday, December 14, 2025
14.1 C
Bhubaneswar

ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ଆମେଚର ତାଇକୋଣ୍ଡ ଆସୋସିଏସନ ଆନୁକୂଲ୍ୟରେ କେନ୍ଦୁଝର ଷ୍ଟାଡିୟମ ଠାରେ ଓଡିଶା ତାଇକୋଣ୍ଡୋ ଟ୍ରେନିଂ ସେଣ୍ଟର ପକ୍ଷରୁ ଓଡିଶାରେ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ମହିଳା ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସତନ୍ତ୍ର ଆତ୍ମରକ୍ଷା କୌଶଳ ଶିବିର ରବିବାର ଉଦଘାଟିତ ହୋଇଯାଇଛି । ଶିବିରରେ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀଙ୍କୁ ପୁମ୍‍ସି ଓ ଆଡଭାନ୍ସ ଫାଇଟିଂ ଟେକନିକ୍‍ ସହ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଆତ୍ମରକ୍ଷା କୌଶଳ ସମ୍ପର୍କରେ ତାଲିମ ଦିଆଯାଉଛି । ଏଥିସହିତ ଓଡ଼ିଶା ତାଇକୋଣ୍ଡ ଆସୋସିଏସନ ସମ୍ପାଦକ ତଥା ସେଭେନ ଡାନ୍‍ ଇଣ୍ଟରନ୍ୟାସନାଲ ଗ୍ରାଣ୍ଟମାଷ୍ଟର ଗୋପାଳ ଚନ୍ଦ୍ର ରାୟଙ୍କ ଦ୍ୱାରା କଲର ବେଲ୍ଟ ବଲ୍‍ଡ ଟେଷ୍ଟ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ତ୍ରୀଙ୍କୁ ମାନପତ୍ର ଓ କଲର ବେଲ୍ଟ ପ୍ରଦାନ କରାଯାଇଥିଲା । ଚୁମୁକି ମହାରଣା, ରିତେଶ ଗୁପ୍ତା, ଆୟୁଷ କୁମାର ନାଏକ, ତୀର୍ଥବାସୀ ପ୍ରଧାନ, ସୁଶ୍ରୀ ଭାଗ୍ୟଲଷ୍ମୀ ଦାସ, କୃଷ୍ଣପ୍ରଭା ଚାମ୍ପିଆ, ଶରତ ନାଥ, କୌଶିକ କୁମାର ସାହୁ ଓ ସମର୍ପିତ ସ୍ୱାଇଁ କଲର ବେଲ୍ଟ ପରୀକ୍ଷାରେ କୃତିତ୍ୱର ସହ  ପାସ କରିଛନ୍ତି। କେନ୍ଦୁଝର ଜିଲା ଆମେଚର ତାଇକୋଣ୍ଡ ଆସୋସିଏସନ ସଭାପତି ପ୍ରଦୀପ ମହାନ୍ତି, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ, ବରିଷ୍ଠ ବ୍ଲାକବେଲ୍ଟ ଟଙ୍କଧର ନାଏକ, ମନୋଜ ପାତ୍ର, ଏମ୍‍ଡି ସାକିଲ, ଜିତେନ୍ଦ୍ର ଓରାମ, ମାନସ ରଞ୍ଜନ ବାରିକ, ଦିଗବିଜୟ ବେହେରା, ପାର୍ଥସାରଥି ସାହୁ, ଦେବରାଜ ସାହୁ, ରିଧିମା ଲାୟକ, ପୁଷ୍ପିତା ବାରିକ, ଆସ୍ଥାମଣି ମାଝି ଓ ଅମ୍ବିତ ହାଁସଦା ପ୍ରମୁଖ ତାଲିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories