www.samajalive.in
Sunday, December 14, 2025
23.1 C
Bhubaneswar

ବିଏସ୍ଏନ୍ଏଲକୁ ମିଳିଲା ୬୧ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍

ଡେସ୍କ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)କୁ ଟେଲିକମ୍ ବିଭାଗ ୬୧ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ କରିଛି। ରିପୋର୍ଟ ଅନୁଯାୟୀ, ବିଏସଏନଏଲ ପାଖରେ ଏବେ ପ୍ରିମିୟମ (୭୦୦ ମେଗାହର୍ଜ) ଏବଂ ମିଡ୍ ବ୍ୟାଣ୍ଡ (୩୩୦୦ ମେଗାହର୍ଜ) ସ୍ପେକ୍ଟ୍ରମ ରହିଛି।

ବିଏସଏନଏଲ ମଧ୍ୟ ଏହାର ୫ଜି ନେଟୱାର୍କର ପରୀକ୍ଷଣ ନୂଆଦିଲ୍ଲୀରେ ଆରମ୍ଭ କରିଥିବା କୁହାଯାଉଛି। ଏଥିମଧ୍ୟରୁ କିଛି ଟାୱାର ୨୦୨୫ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

- Advertisement -

ସୂଚନା ଅନୁଯାୟୀ, କମ୍ପାନୀ ସମଗ୍ର ଦେଶରେ ଏକ ଲକ୍ଷରୁ ଅଧିକ ୪ଜି ଟାୱାର ସ୍ଥାପନ କରିବା ପ୍ରକ୍ରିୟାରେ ଅଛି, ଯେଉଁଥିରୁ ୮୦ ହଜାର କାର୍ଯ୍ୟକ୍ଷମ ହୋଇସାରିଛି। ଆଗାମୀ ଦିନରେ ୫ଜି ପାଇଁ ସଂପୃକ୍ତ ଟାୱାରଗୁଡିକୁ ଅପଗ୍ରେଡ୍ କରାଯିବ ।

ବିଏସଏନଏଲ ‘ନେଟୱାର୍କ ଆଜ ଏ ସର୍ଭିସ୍’ ମଡେଲ୍ ଜରିଆରେ ୫ଜି ନେଟୱାର୍କ ଆରମ୍ଭ କରିସାରିଛି। ସେପଟେ ଟାଇଡାଲ ୱେଭ୍ ନିକଟରେ କୋଲ ଇଣ୍ଡିଆ ପାଇଁ ୩୫୦୦ ମେଗାହାର୍ଟଜ ବ୍ୟାଣ୍ଡରେ ଏକ ଘରୋଇ ୫ଜି ନେଟୱାର୍କ ନିୟୋଜିତ କରିଛି।

ଉଭୟ ଏୟାରଟେଲ ଏବଂ ଜିଓ ବର୍ତ୍ତମାନ ସାରା ଦେଶରେ ୫ଜି ସେବା ପ୍ରଦାନ କରୁଥିବା ବେଳେ ଭୋଡାଫୋନ ନିକଟରେ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ଭଳି ବଛାବଛା ସହରରେ ଏହାର ୫ଜି ନେଟୱାର୍କ ଆରମ୍ଭ କରିଛି।

୨୦୨୪ରେ ୩ଟି ଘରୋଇ ଟେଲିକମ୍ କମ୍ପାନିର ମୂଲ୍ୟ ବୃଦ୍ଧି ପରେ ବିଏସଏନଏଲର ଉପଭୋକ୍ତା ବୃଦ୍ଧି ପାଉଛି। ଘରୋଇ କମ୍ପାନି ତୁଳନାରେ ବିଏସଏନଏଲ ଅଧିକ ଡାଟା ସୁବିଧା ସହ ଅଧିକ ସୁଲଭ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ଏହାର ୪ଜି ନେଟୱର୍କର ସମ୍ପ୍ରସାରଣ ଏବଂ ୫ଜିର ରୋଲଆଉଟ୍ ସହିତ କମ୍ପାନୀ ମୂଲ୍ୟ ସଚେତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଜାରି ରଖିବ ବୋଲି ଆଶା କରାଯାଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories