ପିଲାଙ୍କୁ ବର୍ଣ୍ଣବୋଧ ପୁସ୍ତକ ବାଣ୍ଟିଲେ ମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ୱର : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଉମରକୋଟ ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବର୍ଣ୍ଣବୋଧ ଉତ୍ସବରେ ଯୋଗଦେଇ ପିଲାମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବାଣ୍ଟିଛନ୍ତି। ଓଡ଼ିଆ ଅକ୍ଷର ଚିହ୍ନିବା, ଲେଖିବା ଓ ଭାଷା ଜ୍ଞାନକୁ ବୃଦ୍ଧି କରିବାରେ ବର୍ଣ୍ଣବୋଧର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କର ପାଠପଢ଼ାରେ ମଧ୍ୟ ଏହାର ଖୁବ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ଓଡ଼ିଆ ପକ୍ଷ ପାଳନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଆଯାଇଥିବା ଏହି ଅଭିନବ ଏବଂ ସୁନ୍ଦର ପଦକ୍ଷେପ ପାଇଁ ମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Comments are closed.