www.samajalive.in
Sunday, December 7, 2025
23.1 C
Bhubaneswar

ବଜାରକୁ ଆସିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ

ଡେସ୍କ: ଖୁବ ଶୀଘ୍ର ନୂଆ ଡିଜାଇନର ୧୦ ଓ ୫୦୦ ଟଙ୍କିଆ ନୋଟ୍ ଆସିବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମହାତ୍ମା ଗାନ୍ଧୀ ସିରିଜର ନୋଟରେ ପରିବର୍ତ୍ତନ କରି ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ୍ ଜାରି କରିବାକୁ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରଚଳନରେ ଥିବା ମୁଦ୍ରାର ନିୟମିତ ସମୀକ୍ଷାର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଛି ଏବଂ ନୂତନ ଡିଜାଇନରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିବ। ନୂଆ ନୋଟରେ ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।

ନୂଆ ୧୦ ଏବଂ ୫୦୦ ଟଙ୍କିଆ ନୋଟରେ ପୂର୍ବଭଳି ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଆରବିଆଇ ସ୍ପଷ୍ଟ କରିଛି ଯେ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ୧୦ ଓ ୫୦୦ ଟଙ୍କିଆ ନୋଟ୍ ବୈଧ ରହିବ। ଅର୍ଥାତ୍ ବିମୁଦ୍ରାକରଣ କିମ୍ବା ପୁରୁଣା ନୋଟ୍ ପ୍ରତ୍ୟାହାର ହେବ ନାହିଁ।

- Advertisement -

ପୂର୍ବରୁ ଆରବିଆଇ ଗଭର୍ଣ୍ଣର ମାଲହୋତ୍ରାଙ୍କ ଦସ୍ତଖତ ଥିବା ନୂଆ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ ନେଇ କଳ୍ପନାଜଳ୍ପନା ଚାଲିଥିଲା। ତେବେ ଏହି ମୂଲ୍ୟର ନୋଟର ଡିଜାଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି। କେବଳ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ବଦଳିବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories