www.samajalive.in
Tuesday, December 9, 2025
15.1 C
Bhubaneswar

‘ଗଣ୍ଡ ଭୈରବ’ରେ ଭିନ୍ନ ଅବତାରରେ ନଜର ଆସିବେ ଦେବାଶିଷ

ଭୁବନେଶ୍ବର : ଓଡ଼ିଆ ସିନେମା “ଗଣ୍ଡ ଭୈରବ”କୁ ନେଇ ସବୁଆଡ଼େ ଚର୍ଚ୍ଚା । ଏବେ ସିନେମାର ନାୟକ ଦେବାଶିଷ ପାତ୍ରଙ୍କୁ ନେଇ ଚର୍ଚ୍ଚା ବଢିଛି । ପ୍ରଥମଥର ପାଇଁ ‘ଗଣ୍ଡ ଭୈରବ’ର ମୁଖ୍ୟ ନାୟକ ଦେବାଶିଷ ଏହି ସିନେମା ପାଇଁ ପ୍ରଥମ ଭାଗ ଶୁଟିଂ ପାଇଁ ୨୦ କେଜି ଓଜନ ବଢାଇବା ସହ  ଦ୍ୱିତୀୟ ଭାଗ ଶୁଟିଂ ପାଇଁ ୩ ମାସ ମଧ୍ୟରେ ୨୦ କେଜି ଓଜନ କମାଇଛନ୍ତି। ତାଙ୍କର ଏହି ପରିଶ୍ରମକୁ ଏବଂ ଚଳଚ୍ଚିତ୍ର ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । ଓଜନ କମାଇବା ଅପେକ୍ଷା ଓଜନ ବଢାଇବା ଅଧିକ କଷ୍ଟକର ଥିଲା ବୋଲି କହିଛନ୍ତି ଦେବାଶିଷ । ଏହି ସିନେମା ପାଇଁ ଦୀର୍ଘ ୯ ମାସ ଧରି ସମୟ ଦେଇଆସୁଥିବା ସେ କହିଛନ୍ତି ।

ଏହି ଚଳଚ୍ଚିତ୍ରରେ ମୌଳିକ କାହାଣୀ ସାଙ୍ଗକୁ ନାୟକ ଦେବାଶିଷଙ୍କ ଅଭିନୟ ଦକ୍ଷତା ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାଟି ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ  ‘ଗଣ୍ଡ ଭୈରବ’ କୁ ନେଇ ପ୍ରସ୍ତୁତି ହୋଇଛି । ରମେଶ ବାରିକ ‘ଗଣ୍ଡ ଭୈରବ’ର ପ୍ରଯୋଜକ ଥିବାବେଳେ ସୁଧାଂଶୁ ସାହୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।  ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ। ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ନିର୍ମଳ ନାୟକ ,ଜେପି ,ବାପୁ ଗୌସ୍ୱାମୀ ଗୀତ ଲେଖିଛନ୍ତି। ଦେବାଶିଷଙ୍କ ସହ ଶିବାନୀ, ଅନନ୍ୟା ମିଶ୍ର, ଚୌଧୁରୀ ବିକାଶ ଦାସ, କେକେ, ପୃଥ୍ୱୀରାଜ, ସୋମା ଭୌମିକ, ଅସିତ, ସାଲବେଗ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ସିନେମା ‘ଗଣ୍ଡ ଭୈରବ’ ଆର୍ ଆର୍ ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories