www.samajalive.in
Monday, December 15, 2025
17.1 C
Bhubaneswar

ଟାଟା ପାୱାର କମ୍ୟୁନିଟି କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଘାଟିତ

ପାଟଣା : ଟାଟା ପାୱାର ପାଟଣା ବିଦ୍ୟୁତ ସେକ୍ସନ ଦ୍ୱାରା ଆୟୋଜିତ ଟିପିଏନଓଡିଏଲ କମ୍ୟୁନିଟି କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ-୨୦୨୫ ସଁରାପଶି ପଡ଼ିଆରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଟାଟା ପାୱାର ତୁରୁମୁଙ୍ଗା ଏସଡ଼ିଓ ଜନ୍ମେଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଟାଟା ପାୱାର ପାଟଣା ବିଦ୍ୟୁତ ସେକ୍ସନ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସାମ୍ବାଦିକ ବିଜୟ ରତ୍ନ ପତି, ସାହାରପଡା କନିଷ୍ଠ ଯନ୍ତ୍ରୀ ରକେଶ ସାହୁ,ଅଫିସର ସିଏସଆର ଶିବ ମୁଖୀ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଟୁର୍ଣାମେଣ୍ଟରେ ୮ଟି ଟିମ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଖେଳରେ ପାଟଣା ପାନ୍ଥର ସହିତ କପୁଣ୍ଡି କିଲର ମଧ୍ୟରେ ହୋଇଥିଲା। ଏଥିରେ ପାଟଣା ପାନ୍ଥର ବିଜୟୀ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ ରାକେଶ ସାହୁ ଓ ଆଦର୍ଶ ବାସା ଖେଳ ପରିଚାଳନା କରୁଥିବା ବେଳେ ପ୍ରହ୍ଲାଦ ନାଏକ, ଶୁଶାନ୍ତ ପାରମାଣୀକ ଓ ରାଜୀବ ମହାନ୍ତ ସ୍କୋର ଭାବେ କାର୍ଯ୍ୟ କରୁଥିବାବେଳେ ମନୋଜ ମହାପାତ୍ର ଓ ନିରାକାର ମିଶ୍ର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳ ୨ ଦିନ ଧରି ଅନୁଷ୍ଠିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories