ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀର ସୀମାନ୍ତରେ ବିଏସଏଫ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନହିତ ହୋଇଛି। ବିଏସଏଫ ପକ୍ଷରୁ ଶନିବାର ଏ ନେଇ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆରଏସ ପୁରା ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମାରେଖା ନିକଟରେ କିଛି ଲୋକ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଯବାନମାନେ ଦେଖିବାକୁ ପାଇଥିଲେ। ସେମାନଙ୍କୁ ପ୍ରଥମେ ଚେତାବନୀ ଦିଆଯାଇଥିଲା। କିନ୍ତୁ ସେମାନେ ନ ଶୁଣି ଆଗକୁ ଅଗ୍ରସର ହୋଇଥିଲେ। ଯାହାଫଳରେ ବିଏସଏଫ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି।



