www.samajalive.in
Monday, December 8, 2025
24.1 C
Bhubaneswar

କଥା ନ ମାନିଲେ ବୋମା ବର୍ଷିବ, ଇରାନକୁ ଏମିତି ଚେତାବନୀ ଦେଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଇରାନ ଆଣବିକ ଚୁକ୍ତିକୁ ନେଇ ସହମତି ପ୍ରକାଶ କରିବ ନାହିଁ, ତେବେ ବୋମା ବର୍ଷିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏହା ସହିତ ଇରାନକୁ କଠୋର ଆର୍ଥିକ କଟକଣାର ସାମ୍ନା କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ଏକ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି। କିନ୍ତୁ ଯଦି ଇରାନ ଚୁକ୍ତିରେ ରାଜି ନ ହୁଏ, ତେବେ ବୋମା ବର୍ଷଣ କରାଯିବ। ଏହା ସହିତ ଆର୍ଥିକ ପ୍ରତିବନ୍ଧକ ଲାଗୁ ହେବ। ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୨୦୧୫ ଇରାନ ପରମାଣୁ ଚୁକ୍ତିରୁ ଆମେରିକାକୁ ପୃଥକ କରିଦେଇଥିଲେ। ଏହି ଚୁକ୍ତି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଉଥିଲା। ଟ୍ରମ୍ପଙ୍କ ପଦକ୍ଷେପ ଫଳରେ ଇରାନକୁ ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ମିଳିଥିଲା। ଏହା ପରେ ଟ୍ରମ୍ପ ଇରାନ ଉପରେ ପୁନର୍ବାର କଡ଼ା ପ୍ରତିବନ୍ଧକ ଲଗାଇବାରୁ ଇରାନର ଆର୍ଥିକ ସଙ୍କଟ ପୁଣି ଥରେ ବଢ଼ିଯାଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories