www.samajalive.in
Wednesday, December 10, 2025
16.1 C
Bhubaneswar

ମିଛରେ ଏତଲା ଦେଲେ ମା’, ସତରେ ଗିରଫ ହେଲା ପୁଅ

ସମାଜ ଡିଜିଟାଲ ଡେସ୍କ: ମିଛରେ ଏତେଲା ଦେଲେ ମା’। ହେଲେ ସତରେ ପୁଅକୁ ବାନ୍ଧିନେଲା ପୁଲିସ। ମିଛି ମିଛିକା ଏତଲା ମା’ପୁଅଙ୍କ ପାଇଁ ହୋଇଛି ମହଙ୍ଗା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଗାଁରେ।

ସୂଚନା ଅନୁସାରେ, ଘରୁ ମୁଖାପିନ୍ଧା ଦୁର୍ବୃତ୍ତ ସୁନା ଅଳଙ୍କାର ଲୁଟ କରିନେଇଥିବା ସମ୍ପର୍କରେ ଜଣେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରିବା ସମୟରେ କୌଣସି ଦୁର୍ବୃତ୍ତ ଚୋରି କରିଥିବା ମିଥ୍ୟା ବୋଲି ଜାଣିବାକୁ ପାଇଥିଲା। ମହିଳାଙ୍କ ପୁଅ ହିଁ ସୁନାଚେନ ନେଇ ବିକ୍ରି କରିଥିବା ପୁଲିସ ପର୍ଦ୍ଦାଫାଶ କରିଥିଲା ଏବଂ ତାଙ୍କୁ ଗିରଫ କରିଥିଲା। ପୁଅ ଗିରଫ ହେବା ଜାଣି ସତ ଓଗାଳିଥିଲେ ମହିଳା। ଅନଲାଇନରେ ଗେମ୍‌ ଖେଳିବା ପାଇଁ ପୁଅ ଘରୁ ସୁନା ଅଳଙ୍କାର ଚୋରି କରି ବିକ୍ରି କରିଦେଇଥିଲା। ମା’ ଏହା ଜାଣିବା ପରେ ବାପାଙ୍କ ଭୟରେ ସୁନା ଲୁଟ ହୋଇଥିବା ନେଇ ଥାନାରେ ମିଥ୍ୟା ଏତଲା ଦେଇଥିଲେ। ଯାହା ତାଙ୍କ ପାଇଁ ବୁମେରାଂ ପାଲଟିଗଲା। ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories