www.samajalive.in
Saturday, December 13, 2025
21.1 C
Bhubaneswar

ଗାଡି ଧକ୍କାରେ ଦମ୍ପତି ଗୁରୁତର: ଚିକିତ୍ସାଧୀନ ସ୍ୱାମୀଙ୍କ ମୃତ୍ୟୁ, ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ 

କାମାକ୍ଷାନଗର : କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ. ଜାତୀୟ ରାଜପଥର ଆଳତୁମା ଛକ ଠାରେ ଗତ ବୁଧବାର ବିଳମ୍ବିତ ରାତିରେ ଏକ ଗାଡି ଧକ୍କାରେ ବାଇକ ଆରୋହୀ ଦମ୍ପତ୍ତି ଗୁରୁତର ଭାବେ ଆହତ ହୋଇଥିଲେ।  ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସ୍ୱାମୀ ବିପ୍ର ପାତ୍ର ଙ୍କର ମୃତ୍ୟୁ ହୋଇଛି ।ଏହାର ପ୍ରତିବାଦରେ ବସ୍ତିବାସିନ୍ଦାମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ କାମାକ୍ଷାନଗର ତାଳଚେର ମଧ୍ୟରେ ଯାତାୟାତ ଠପ ହୋଇ ପଡ଼ିଥିବା ବେଳେ ଉଭୟ ଦିଗରେ ଭାରୀଯାନ ଅଟକି ରହିଥିଲା।
ଆଳତୁମା ଗ୍ରାମର ବଡଗିଲା ହରିଜନ ବସ୍ତିର ବିପ୍ର ପାତ୍ର ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆଳତୁମା ଗ୍ରାମରୁ ଏକ ବାଇକରେ ଗତ ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ସେମାନେ ଘରକୁ ଫେରୁଥିବାବେଳେ ଜାତୀୟ ରାଜପଥର ଆଳତୁମା ଛକ ଠାରେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଳା।  ଏଥିରେ ଉଭୟ ଦମ୍ପତି ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସ୍ୱାମୀ ବିପ୍ର ଙ୍କର ମୃତ୍ୟୁ ହୋଇଛି।
ବିପ୍ରଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡ଼ଗିଲା ବସ୍ତିର ବାସିନ୍ଦାମାନେ ଆଳତୁମା ଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।ଖବର ପାଇ ଏସ୍ଡ଼ିପିଓ ଜ୍ଞାନରଞ୍ଜନ ମିଶ୍ର, ଅତିରିକ୍ତ ତହସିଲଦାର ସୂର୍ଯ୍ୟକାନ୍ତ ବରାଳ  ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories