ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶୀ, କଥକ ଏବଂ ଭାରତନାଟ୍ୟମ୍ ରେ ବିମୋହିତ ଦର୍ଶକ
ଭୁବନେଶ୍ୱର: ଆଜି ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନୃତ୍ୟଶିଳ୍ପୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ଓଡ଼ିଶୀ, କଥକ ଏବଂ ଭାରତନାଟ୍ୟମ୍ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଛି।
ଆଜି ଚତୁର୍ଥ ସନ୍ଧ୍ୟାର ପ୍ରଥମ ଚରଣରେ ଅଗ୍ନିମିତ୍ର ବେହେରା ଓ ତାଙ୍କର ସାଥୀବୃନ୍ଦଙ୍କ ଦ୍ୱାରା ଶିବବନ୍ଦନା ଉପସ୍ଥାପିତ କରାଯାଇଥିଲା। ପରେପରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ସତ୍ୟପ୍ରକାଶ ସାହୁ। ଆଦିତ୍ୟ ପିଭି ଓ ପାଶ୍ୱର୍ନାଥ ଉପାଧ୍ୟାୟଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ । ପରିଶେଷରେ ନୂଆଦିଲ୍ଲୀରୁ ଆସିଥିବା କଥକ ଶିଳ୍ପୀ ଆଦିତି ମଙ୍ଗଳଦାସ ଏବଂ ଗ୍ରୁପଙ୍କ ଦ୍ୱାରା ଦଳଗତ କଥକ ନୃତ୍ୟ ପରିବେଷଣ କରାଯାଇଥିଲା। ଶାସ୍ତ୍ରୀୟ ନୃତ୍ୟର ପରିବେଷଣରେ ମୁକ୍ତେଶ୍ୱର ପ୍ରାଙ୍ଗଣର ଶୋଭା ଓ ସୁଷମା ବହୁଗୁଣିତ ହୋଇଥିଲା।
ଆଜିର କାର୍ଯ୍ୟକ୍ରମରେ ପ୍ରଫେସର ନିବେଦିତା ମହାନ୍ତି, ଓଡ଼ିଶା ଗବେଷଣା କେନ୍ଦ୍ରର ମୁଖ୍ୟ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ, ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ. ଭାଗ୍ୟଲିପି ମଲ୍ଲ ଓ ବିଶିଷ୍ଟ ସାହିତ୍ୟିକ ଡ. ମିହିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.