www.samajalive.in
Tuesday, December 9, 2025
15.1 C
Bhubaneswar

କୁମ୍ଭୀର ପାଳିଥିଲେ ବିଜେପି ନେତା: ଆୟକର ଚଢ଼ାଉ ବେଳେ ଉଦ୍ଧାର ହେଲେ ୩ କୁମ୍ଭୀର, ବିପୁଳ ଟଙ୍କା ଓ ସୁନା ଜବତ

ସମାଜ ଡିଜିଟାଲ ଡେସ୍କ: କୁମ୍ଭୀର ପାଳିଥିଲେ ବିଜେପି ନେତା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆୟକର ଚଢ଼ାଉ ବେଳେ ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ରହୁଥିବା ଜଣେ ବିଜେପି ନେତା ତଥା ପୂର୍ବତନ ବିଧାୟକଙ୍କ ଘରୁ ୩ଟି କୁମ୍ଭୀର ଉଦ୍ଧାର ହୋଇଛନ୍ତି। ଏହା ସହିତ ତାଙ୍କ ଘରୁ କୋଟି କୋଟି ଟଙ୍କା ଏବଂ ବିପୁଳ ପରିମାଣର ସୁନା, ବେନାମୀ ଇମ୍ପୋର୍ଟେଡ କାର ଜବତ ହୋଇଛି।

ବିଜେପି ନେତା ଜଣକ ହେଉଛନ୍ତି ପୂର୍ବତନ ବିଧାୟକ ହରବଂଶ ସିଂହ ରାଠୋର। ସେ ଜଣେ ବିଡ଼ି ବ୍ୟବସାୟୀ ଏବଂ ପୂର୍ବତନ ମନ୍ତ୍ରୀ ହରନାମ ସିଂହ ରାଠୋରଙ୍କ ପୁଅ। ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ନେଣଦେଣ ହେଉଥିବାବେଳେ ସେ ଟିକସ ଠକେଇ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ଆୟକର ବିଭାଗ ପକ୍ଷରୁ ରାଠୋରଙ୍କ ସମେତ ପୂର୍ବତନ କାଉନସିଲର ରାଜେଶ କେଶରୱାନୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ଉଭୟେ ସହଭାଗିତାରେ ବିଡି ବ୍ୟବସାୟ କରୁଥିଲେ। କେଶରୱାନି କେବଳ ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ଆୟକର ଅଧିକାରୀମାନେ କହିଛନ୍ତି।

- Advertisement -

ତେବେ ରାଠୋରଙ୍କ ଘରେ ଚଢ଼ାଉ ବେଳେ ଅଧିକାରୀମାନେ ଯେଉଁ ଦୃଶ୍ୟ ଦେଖିଥିଲେ ତାହା ସେମାନଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରିଥିଲା। କାରଣ ରାଠୋରଙ୍କ ଘର ପରିସରରେ ଏକ ଛୋଟିଆ ଜଳାଶୟ ଥିବାବେଳେ ସେଥିରେ ୩ଟି କୁମ୍ଭୀର ରହିଥିଲେ। ଏହା ଦେଖିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଅଧିକାରୀମାନେ ତାଙ୍କ ଘରୁ ୧୪ କିଗ୍ରା ସୁନା ଏବଂ ୪ କୋଟି ଟଙ୍କା ଜବତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories