www.samajalive.in
Sunday, December 14, 2025
23.1 C
Bhubaneswar

ବାବା ଆଖଣ୍ଡଳମଣିଙ୍କ ରୋଷଶାଳ ଛାତରୁ ଖସିଲା କଂକ୍ରିଟ ଖଣ୍ଡ, ବର୍ତ୍ତିଲେ ରୋଷେୟା ଓ ୧୦ସେବାୟତ

ଆରଡି: ବାବା ଆଖଣ୍ଡଳମଣିଙ୍କ ରୋଷଶାଳରେ ରୋଷେୟାଙ୍କ ୧୦/୧୨ଜଣ ସେବାକାରୀ ସକାଳ ନୀତିଭୋଗ ଓ ବଡଭୋଗ ପ୍ରସ୍ତୁତ କରୁଥିବା ସମୟରେ ହଠାତ ରୋଷଶାଳ ଛାତରୁ ଏକ ବଡ କଂକ୍ରିଟ ଖଣ୍ଡ ଖସିପଡ଼ିଥିଲା। ଫଳରେ ରୋଷେୟାଙ୍କ ସହ ୧୦ସେବାୟତ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଚୁଲାରେ ନୀତିଭୋଗ ହଣ୍ଡା ଉପରେ କଂକ୍ରିଟ ଖଣ୍ଡ ପଡିବାରୁ ମଣିବାବାଙ୍କ ଡାଲି, ତରକାରୀ ଓ ଖିରି  ନୀତିଭୋଗ ନଷ୍ଟ ହୋଇଥିଲା। ଯାହାକି ସୋମବାର ସକାଳ ୯ଟାରେ ହେବାକୁ ଥିବା ପହଡଖିଆ ଅନ୍ନ ନୀତିଭୋଗ ୧ଘଣ୍ଟା ବିଳମ୍ବରେ ୧୦ଟା ପରେ ଲାଗି ହୋଇଥିଲା।

ଅନ୍ୟପଟେ ରୋଷଶାଳ ଛାତ ବିପଦପୂର୍ଣ୍ଣ ହୋଇପଡ଼ିଥିବାରୁ ମଧ୍ୟାହ୍ନ  ଧୂପ ନୀତିଭୋଗ ପାଇଁ ରୋଷେୟା ଭୟଭୀତ ଅବସ୍ଥାରେ ରୋଷେଇ କରିଥିବା କହିଥିଲେ। ଏପରିକି ମନ୍ଦିର ରୋଷେୟା ଜଳଧର ପାଢୀଙ୍କ ସହ ଅନ୍ୟ ସେବାକାରୀଙ୍କ କହିବା ଅନୁଯାୟୀ, ଆମେ ଚୁଲା ଲଗାଇ ମଣିବାବାଙ୍କ ଅନ୍ନଭୋଗ ରନ୍ଧନ କରୁଥିବା ବେଳେ କିଛି ପ୍ଲାଷ୍ଟର ଗୁଣ୍ଡ ଖସିଲା ଆମେ ତତ୍‌କ୍ଷଣାତ ପଳାଇ ଆସିଥିଲୁ। ଏହି ସମୟରେ ହଠାତ ଏକ ବଡ କଂକ୍ରିଟଖଣ୍ଡ ଖସିଥିଲା। ଫଳରେ ପିତଳହଣ୍ଡାରେ ରୋଷେଇ ପାଇଁ ବସିଥିବା ଭୋଗ ସବୁ ନଷ୍ଟ ହୋଇଯାଇଥିଲା। ଏବେବି ରୋଷଶାଳ ଛାତର ଅନେକ ସ୍ଥାନରେ ବଡବଡ ଫାଟ ଦେଖାଦେଇଛି। ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇ ମରାମତି କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ଦିରର ବରିଷ୍ଠ ସେବାୟତମାନେ ପ୍ରକାଶ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories