ଲାଞ୍ଜିଗଡ: ଭବାନୀପାଟଣା-ରାୟଗଡାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ଗ୍ରାମ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ ବିଦ୍ୟୁତ ଶର୍ଟ ସର୍କିଟ ଯୋଗୁ ରାସ୍ତା ଉପରେ ଜଳିଯାଇଛି। ସୂଚନା ଅନୁସାରେ, ଏକ ମାଲବାହୀ ଟ୍ରକ ନଂ(ସିଜି-୦୮-ଏଏକ୍ସ -୧୮୨୭) ମହାରାଷ୍ଟ୍ରର ନାଗପୁରଠାରୁ ଲାଞ୍ଜିଗଡକୁ ଜେନେରେଟର ନେଇ ଆସୁଥିବା ବେଳେ କିଡିଙ୍ଗ ଗ୍ରାମ ନିକଟରେ ଗାଡିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ରହିଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକରେ ନିଆଁ ଲାଗିଥିବାର ଦେଖି ସିକେରକୂପା ଫାଣ୍ଡିକୁ ଖବର ଦେଇଥିଲେ। ଲାଞ୍ଜିଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଓ ଖବରପାଇ ସିକେରକୂପା ଫାଣ୍ଡି ଅଧିକାରୀ ମୀନକେତନ ଶବର ଏବଂ ଏସଆଇ ବିଶ୍ୱନାଥ ମହଲା ସହ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଖବରପାଇ ନର୍ଲା, ଭବାନୀପାଟଣା ଏବଂ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।
Popular Categories



