ପାଟଣା : ସାହାରପଡା ବ୍ଲକ ସଭାଗୃହରେ କେନ୍ଦୁଝର ଜିଲ୍ଲାପାଳ ଵିଶାଲ ସିଂ ଙ୍କ ଉପସ୍ଥିତିରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଡ଼ିଓ ରଣଜିତ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ ୧୧୪ ଟି ଅଭିଯୋଗ ଗ୍ରହଣ କରାଯାଇ ପଞ୍ଜିକୃତ ହୋଇଥିଲା । ଅଭିଯୋଗ ଗୁଡିକ ମଧ୍ୟରେ ୨୭ ଟି ଗୋଷ୍ଠୀ ସମସ୍ୟା ମୂଳକ ଏବଂ ୬୪ ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨ ଟି ଆର୍ଥିକ ସମସ୍ୟା ନିମନ୍ତେ ଆସିଥିଲା। ଅଧିକାଂଶ ଅଭିଯୋଗ ପଡ଼ି କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ପାଇବା ସମ୍ବନ୍ଧୀୟ ଥିଲା । ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ଜିଲ୍ଲା ପାଳ ଶ୍ରୀ ସିଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପାଳଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ଡ଼ିଏଫଓ ଏଚଡି ଧନରାଜ, ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟି, ଅତିରିକ୍ତ ଏସ ପି ହରପ୍ରିୟା ନାଏକ , ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ଏହି ଅବସରରେ ୫ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲାପାଳ ବ୍ୟାଟେରୀ ଚଳିତ ୪ ଚକିଆ ପ୍ରଦାନ କରିଥିଲେ । ଜନ ଶୁଣାଣିରେ ଲାଇନ ଡିପାର୍ଟମେଣ୍ଟର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାହାରପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ, ଜିପିଡିଓ ଅନ୍ତର୍ଯ୍ୟାମୀ ସେଠୀ , ଲୋକନାଥ ନାଏକ, କୋଷାଧକ୍ଷ ତପନ କୁମାର ଭୂୟାଁଙ୍କ ସହ ବ୍ଲକର ସମସ୍ତ ଅଧିକାରୀ ସହଯୋଗ କରିଥିଲେ ।
Popular Categories



