www.samajalive.in
Monday, December 15, 2025
17.1 C
Bhubaneswar

ଭାରତ ସହ ଲାଗନାହିଁ: ସାନଭାଇ ଶହଓ୍ବାଜଙ୍କୁ ପରାମର୍ଶ ଦେଲେ ନଓ୍ବାଜ

ସମାଜ ଡିଜିଟାଲ ଡେସ୍କ: ଭାରତ ସହିତ ନ ଲାଗିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ। ଭାରତ ସହ କୌଣସି ପ୍ରକାର ସାମରିକ ଯୁଦ୍ଧ କରିବା ପାକିସ୍ତାନ ପାଇଁ ଅପୂରଣୀୟ କ୍ଷତି ହେବ ବୋଲି ସେ ନିଜ ସାନଭାଇ ତଥା ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଏବଂ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ନଓ୍ବାଜଙ୍କ ବାସଭବନକୁ ଯାଇ ତାଙ୍କୁ ଦେଶର ବର୍ତ୍ତମାନର ପରିସ୍ଥିତି ସମୟରେ ଅବଗତ କରାଇଥିଲେ। ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେବା ସହିତ ପାକିସ୍ତାନ ବିରୋଧରେ ବିଭିନ୍ନ ପଦକ୍ଷେପ ନେଇଛି। ନଓ୍ବାଜ ସାନ ଭାଇ ଶେହଓ୍ବାଜଙ୍କୁ କହିଥିଲେ, ଭାରତ ସହିତ ଯଥାସମ୍ଭବ କୂଟନୈତିକ ସ୍ତରରେ ଆଲୋଚନା କର। କୌଣସି ପ୍ରକାର ଯୁଦ୍ଧକୁ ଆମନ୍ତ୍ରଣ କରନାହିଁ। ଶାନ୍ତି ସ୍ଥାପନ ପାଇଁ କୂଟନୈତିକ ବ୍ୟବସ୍ଥାର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହିତ ପାଣି ନ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ଭାରତକୁ ଚେତାବନୀ ଦେଇଥିଲେ। ଭାରତ ଯଦି ପାକିସ୍ତାନ ଉପରେ ଆକ୍ରଣ କରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories