କେନ୍ଦୁଝରଗଡ : କେନ୍ଦୁଝର ଜିଲ୍ଲାରେ ଆନ୍ତର୍ଜାତୀୟ ସମବାୟ ବର୍ଷ -୨୦୨୫ ପାଳନ ପରିପ୍ରେକ୍ଷୀରେ ଏବଂ ଭାରତର ପ୍ରଥମ ସମବାୟବିତ ଭାବେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସମବାୟ ପ୍ରଚାର ରଥ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ରଥର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିବନ୍ଧକ ସମବାୟ ସମିତି ସମୂହ, କେନ୍ଦୁଝର ଶ୍ରୀ ଶୁଭ୍ରକାନ୍ତ ତୁଙ୍ଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଓ ସହକାରୀ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଏହି ସମବାୟ ସଚେତନତା ରଥ ଜିଲ୍ଲାର ଗାଁ ଗାଁ ସମବାୟ ସମିତି ବୁଲି ନୂତନ ସଭ୍ୟ ସଂଗ୍ରହ କରିବା ସହ ସମବାୟ ସମିତି ସହ ଯୋଡ଼ି ହୋଇ ଚାଷୀମାନଙ୍କ ହୋଇଥିବା ଆର୍ଥିକ ଉନ୍ନତି ବାବଦରେ ଲୋକଙ୍କୁ ସଚେତନ କରେଇବ।
Popular Categories



