www.samajalive.in
Saturday, December 13, 2025
26.1 C
Bhubaneswar

କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଶାରୀ ବଣ୍ଟନ

ଲଡୁଗାଁ : ମ୍ୟାଲେରିଆ ତଥା ମଶା ଜନିତ ଜ୍ଵର ବା ରୋଗ ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବୋଳା ମଶାରୀ ବଣ୍ଟନ କରାଯାଉଛି ଏବଂ ଏହାର ଔଷଧୀୟ ଗୁଣ ସ୍ବରୂପ ଏହି ମଶାରୀରେ ମଶା ବସି ପାରୁ ନାହାନ୍ତି। ଯାହାଫଳରେ ଜନ ସାଧାରଣ ନିରାପଦରେ ମଶାରୀ ଭିତରେ ଶୋଇ ପାରୁଛନ୍ତି। ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା  ବିଷୟରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତା ମଶାରୀ ବଣ୍ଟନର ଉଦଘାଟନ ହୋଇଯାଇଛି ।  ଏହି ଅବସରରେ ଉପସ୍ଥିତ ପ୍ରଶାସନିକ, ସ୍ୱାସ୍ଥ୍ୟ ଅଧିକାରୀ ଓ ଜନ ପ୍ରତିନିଧିମାନେ ପରାମର୍ଶ ଦେଇଛନ୍ତି ଯେ ଅନେକ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ମଶାରୀ ଗୁଡିକର ଦୂରପଯୋଗ କରାଯିବାର ବହୁ ଉଦାହରଣ ଆଜିବି ରହିଛି। ଯାହାକି ସଚେତନତା ଅଭାବରୁ ଅନେକ ମଶାରୀକୁ ମାଛ ଧରିବା, କଲେଇ ( ଝରି ପୋକ) ଧରିବା ଇତ୍ୟାଦିରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ମାତ୍ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ମଧ୍ଯ ଲୋକେ ମଶାରୀ ବ୍ୟବହାର କରିବା ଆରମ୍ଭ କଲେଣି । ଫଳ ସ୍ଵରୂପ ମ୍ୟାଲେରିଆ ଜ୍ଵର ରୋକିବାରେ ଏହା ସହାୟକ ହେଉଛି  । ତେବେ କୋକସରା ସିଏଚସି ପକ୍ଷରୁ ସୋମବାର ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ନିକଟରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କୋକସରା ସିଏଚସି ଇନଚାର୍ଜ ଡ଼. ତତ୍ୱଦର୍ଶୀ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ମୁଖ୍ୟ ବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ, ସାଂସଦ ପ୍ରତିନିଧି ଗୋପିଚନ ନାଏକ, ସ୍ଥାନୀୟ ସରପଞ୍ଚ ନିରୂପମା ସେଠୀ, ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ପ୍ରମୂଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ବ୍ରତରେ ବ୍ରତୀ ହୋଇ ନିର୍ଭୀକ ରୋଗ ନିରାକରଣର ଯୋଦ୍ଧା ଭାବେ  ଆଶା କର୍ମି ପୂର୍ଣ୍ଣମୀ ବାଗ, ଭୂମିସୁତା ବାଗ, ସଂଯୁକ୍ତା ନାଏକଙ୍କୁ ଉଲ୍ଲେଖଯୋଗ୍ୟ ସ୍ୱାସ୍ଥ୍ୟ ସେବା  ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଉପସ୍ଥିତ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା। ଫାର୍ମାସିଷ୍ଟ ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସିଏଚସି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶର୍ମିଳା ଛତ୍ରୀଆ, ବିପିଏମ ସୁରଜିତ କୁମାର ସିଂ, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଭିବିଡିଟିଏସ ଦୁଷ୍ମନ୍ତ ରାଉତ, ଏସଟିଏସ ଅମୋଦ ଗୁଳାପ ସମେତ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories