www.samajalive.in
Monday, December 15, 2025
27.1 C
Bhubaneswar

ପିପିଲି ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା, ଡ୍ରାଇଭରଙ୍କୁ ଆକ୍ରମଣ

ପିପିଲି: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ କରାଯିବା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗ୍ରାମରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ପୁରୀ ସାଂସଦ ଓ ପିପିଲି ବିଧାୟକ ବରଜୁପାଟଣା ଗ୍ରାମରେ ଆୟୁଷ୍ମାନ କାର୍ଡ ବାଣ୍ଟିବା ସହିତ ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ। ଏହି ସମୟରେ ଗ୍ରାମ ମୁଣ୍ଡରେ ରାସ୍ତା କଡରେ ଠିଆ ହୋଇଥିବା ବିଧାୟକଙ୍କ ଗାଡିକୁ ପଛରୁ ଏକ ବାଇକ୍‍ ଧକ୍କା ଦେଇଥିଲା। ବିଧାୟକଙ୍କ କାର୍‍ ଡ୍ରାଇଭର ଟୁଟୁ ପରିଡା ଏ ସଂପର୍କରେ ବାଇକ୍‍ ଚାଳକକୁ ପଚାରିବାରେ ସେ ହଠାତ୍‍ ଉତକ୍ଷିପ୍ତ ହୋଇ ଟୁଟୁଙ୍କ ଉପରେ ଆକ୍ରମଣ କରିଥିଲା। ପରେ ଏକ ପ୍ଲାଷ୍ଟିକ୍‍ ଚୌକି ଆଣି ବିଧାୟକଙ୍କ ଗାଡି ଉପରେ ବାରମ୍ବାର ଆକ୍ରମଣ କରିଥିଲା। ଏହାର ପ୍ରତିବାଦ କରିବାରୁ ସେ ପୁନର୍ବାର ଟୁଟୁଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଆହତ କରିଥିଲା। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ କାବୁ କରିବା ସହ ତାକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଆକ୍ରମଣକାରୀ ଯୁବକର ଘର ଉକ୍ତ ବରଜୁପାଟଣା ଗ୍ରାମରେ ହୋଇଥିବା ବେଳେ ତା’ ବାଇକ୍‍କୁ ମଧ୍ୟ ପୁଲିସ ଜବତ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories