www.samajalive.in
Sunday, December 14, 2025
23.1 C
Bhubaneswar

ଅଷ୍ଟ୍ରେଲିଆରେ ମୋତେ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା: ଜୋକୋଭିକ୍‌

ସମାଜ ଡିଜିଟାଲ ଡେସ୍କ: ନୋଭାକ ଜୋକେଭିକ୍‌। ଏହି ଚର୍ଚ୍ଚିତ ଚେହେରାଙ୍କୁ କିଏ ବା ନ ଜାଣେ। ବିଶ୍ଵର ସବୁଠୁ ସଫଳ ଟେନିସ ତାରକାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୋକୋଭିକ। ହେଲେ ତାଙ୍କୁ ଅଷ୍ଟ୍ରେଲିଆରେ ବିଷାକ୍ତ ଖାଦ୍ୟ ଦିଆଯାଇଥିବା ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ନିଜେ ଜୋକୋଭିକ୍‌। ୨୦୨୨ରେ ତାଙ୍କ ସହିତ ଘଟିଥିବା ଏହି ଘଟଣା ସମ୍ପର୍କରେ ସେ ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ପ୍ରକାଶ କରିଛନ୍ତି।

ସର୍ବିଆର ଏହି ପ୍ରଖ୍ୟାତ ଖେଳାଳି ୨୦୨୨ରେ ପୁରୁଷ ସିଙ୍ଗଲ ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଯାଇଥିଲେ। କିନ୍ତୁ ସେ କୋଭିଡ ଟିକା ନେଇ ନ ଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା। ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ସୁଯୋଗ  ଦିଆଯାଇ ନ ଥିଲା। ତାଙ୍କୁ ହୋଟେଲରେ ଅଟକ ରଖାଯାଇ ତାଙ୍କ ବିରୋଧରେ ବିଭିନ୍ନ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କ ଭିସାକୁ ମଧ୍ୟ ରଦ୍ଦ କରିଦିଆଯାଇଥିଲା। ପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଅଷ୍ଟ୍ରେଲିଆ ଛାଡ଼ିବାକୁ କୁହାଯାଇଥିଲା। ଏହା ତାଙ୍କୁ ଯେତିକି ମର୍ମାହତ କରିଥିଲା ସେତିକି ଆଶ୍ଚର୍ଯ୍ୟ ମଧ୍ୟ କରିଥିଲା। କାରଣ ତାଙ୍କ ପ୍ରତି ଅତ୍ୟନ୍ତ କ୍ରୁର ବ୍ୟବହାର କରାଯାଇଥିଲା। ଜୋକୋଭିକ୍ କହିଛନ୍ତି ଯେ, ତାଙ୍କୁ ଅଟକ ରଖାଯିବା ସମୟରେ ଯେଉଁ ଖାଦ୍ୟ ଦିଆଯାଉଥିଲା ସେସବୁ ଅତ୍ୟନ୍ତ ବିଷାକ୍ତ ଥିଲା। କାହିଁକି ନା ସେସବୁ ଖାଦ୍ୟରେ ବହୁ ମାତ୍ରାରେ ଶୀସା ଏବଂ ପାରଦ ଭଳି ଧାତବ ପଦାର୍ଥ(ହେଭି ମେଟାଲ୍ସ) ରହିଥିଲା।

- Advertisement -

୨୦୨୩ରେ ସେ ପୁନର୍ବାର ଅଷ୍ଟ୍ରେଲିଆ ଆସିଥିଲେ ଏବଂ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ଏହା ତାଙ୍କର ୧୦ମ ଅଷ୍ଟ୍ରେଲୀୟ ପୁରୁଷ ସିଙ୍ଗଲ୍ସ ଟାଇଟଲ ଥିଲା। ତାଙ୍କ ପ୍ରତି ଯେଉଁ ବ୍ୟବହାର କରାଯାଇଥିଲା ତାହାକୁ ନେଇ ସେ ଅଷ୍ଟ୍ରେଲୀୟବାସୀଙ୍କ ଉପରେ ଆଦୌ ଆଶାନ୍ତ ନ ଥିବା ଜୋକୋଭିକ୍ କହିଛନ୍ତି। କାରଣ ଘଟଣା ପରେ ଅନେକ ଅଷ୍ଟ୍ରେଲୀୟ ତାଙ୍କୁ କ୍ଷମା ମାଗିଛନ୍ତି ବୋଲି ସେ କହିଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories