www.samajalive.in
Saturday, December 6, 2025
26.1 C
Bhubaneswar

କରଜ ଟଙ୍କା ପାଇଁ.. ପାର୍କିଂରେ ଯୁବତୀଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା

ପୁଣେ : ମହାରାଷ୍ଟ୍ରର ପୁଣେରେ ଜଣେ ୨୮ ବର୍ଷୀୟ ଯୁବତୀଙ୍କୁ ପାର୍କିଂରେ ନିର୍ମମ ଭାବେ ହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଛି। ଏକ ଘରୋଇ କମ୍ପାନୀରେ ଏହି ଯୁବତୀ ଜଣକ କାମ କରୁଥିଲେ। ଯୁବତୀଙ୍କୁ ତାଙ୍କ ସହକର୍ମୀ ହତ୍ୟା କରିଛନ୍ତି। ସେ ସେହି କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଅଫିସ୍‌ ପାର୍କିଂରେ ଯୁବତୀ ଜଣକଙ୍କୁ ତାଙ୍କ ସହକର୍ମୀ ରୋଷେଇ ଘରେ ବ୍ୟବହୃତ ହେଉଥିବା ଛୁରୀରେ ବାରମ୍ବାର ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ଘଟଣା ସମୟରେ ସେଠାରେ ଅନ୍ୟ ଲୋକେ ମଧ୍ୟ ଉପସ୍ଥିତ ଥିଲେ। କିଛି ଭିଡିଓ କରୁଥିଲେ, ମାତ୍ର ଘଟଣାସ୍ଥଳକୁ ଯାଇ ଯୁବତୀଙ୍କୁ ରକ୍ଷା କରିବାକୁ କେହି ଆଗକୁ ଆସିନଥିଲେ। ହତ୍ୟାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ସହ ଅଭିଯୁକ୍ତକୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୩୦ ବର୍ଷୀୟ କୃଷ୍ଣ । ମୃତ ଯୁବତୀ ହେଲେ ଶୁଭଦା।

ପୁତ୍ରଦା ଏକାଦଶୀ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଭୋଗ, ସନ୍ତାନ ପ୍ରାପ୍ତି ସହ ହେବ ମନସ୍କାମନା ପୂରଣ..

- Advertisement -

ରିପୋର୍ଟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ଟଙ୍କା ନେଣଦେଣକୁ ନେଇ ହୋଇଛି। ଅଭିଯୁକ୍ତଙ୍କ ଠାରୁ ଯୁବତୀ ଜଣକ ଟଙ୍କା କରଜ ନେଇଥିଲେ। ବାରମ୍ବାର ମିଛ କହି ବିଭିନ୍ନ ଉପାୟରେ ଯୁବତୀ ଜଣକ ଟଙ୍କା କରଜ ନେଇଥିଲେ। ଶେଷ ଥର ନିଜ ବାପାଙ୍କ ଶରୀର ଅସୁସ୍ଥ ଥିବା ଜଣାଇ ଟଙ୍କା କରଜ ନେଇଥିଲେ। ଅଭିଯୁକ୍ତ ଜଣକ ବାରମ୍ବାର ଟଙ୍କା ଫେରସ୍ତ ମାଗୁଥିଲେ ମଧ୍ୟ ଯୁବତୀ ଜଣକ ଫେରାଇନଥିଲେ। ଏଥିରେ ଅଭିଯୁକ୍ତ ଜଣକ ରାଗରେ ଥିଲେ।

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

ପୁଲିସ କହିବାନୁଯାୟୀ, ଅଭିଯୁକ୍ତ କୃଷ୍ଣ ନିଜ ଟଙ୍କା ଫେରସ୍ତ ପାଇଁ ଶୁଭଦାଙ୍କ ଘରକୁ ମଧ୍ୟ ଯାଇଥିଲେ । ସେଠାରେ ଶୁଭଦାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜାଣିବାକୁ ପାଇ ଥିଲେ ।
ମଙ୍ଗଳବାର ସନ୍ଧ୍ୟା ୬ଟାରେ ଶୁଭଦାଙ୍କୁ ଅଭିଯୁକ୍ତ ଅଫିସ୍‌ ପାର୍କିଂକୁ ଡାକି ଟଙ୍କା ମାଗିଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବତୀ ଜଣକ ଟଙ୍କା ଦେବାକୁ ମନା କରି ଥିଲେ। ସେହି ସମୟରେ ଅଭିଯୁକ୍ତ ଛୁରୀରେ ବାରମ୍ବାର ଯୁବତୀଙ୍କୁ ଆକ୍ରମଣ କରିଥିଲେ। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବତୀଙ୍କୁ ହତ୍ୟା ପରେ ଲୋକେ କିଛି ସମୟରେ ସେଠାରେ ଯୁବକଙ୍କୁ କାବୁ କରିବା ସହ ପୁଲିସ ଜିମା ଦେଇଥିଲେ।

ବାସ୍‌ ଗୋଟିଏ ଚାହାଣୀରେ.. ହାତୀ-କୁକୁରର ଏମିତି ଭିଡିଓ କେବେ ଦେଖିନଥିବେ..

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories