www.samajalive.in
Monday, December 8, 2025
14.1 C
Bhubaneswar

ପରଦାକୁ ଆସିଲା ‘ଗେମ୍ ଚେଞ୍ଜର’, ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ ଲିକ୍‌

ସମାଜ ଡିଜିଟାଲ ଡେସ୍କ: ନିର୍ଦେଶକ ଏସ୍‌. ଶଙ୍କରଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ ଶୁକ୍ରବାର ମୁକ୍ତିଲାଭ କରିଛି। ଏଥରେ ରାମଚରଣ ଓ କିଆରା ଆଡ଼ଭାଣୀ ନାୟକ-ନାୟିକା ଭାବେ ଅଭିନୟ କରିଛନ୍ତି। ପ୍ରଥମ ଦିନ ପ୍ରଥମ ଶୋ’ ପରେ ପ୍ରଶଂସକମାନେ ଚଳଚ୍ଚିତ୍ରର ବେଶ୍‌ ପ୍ରଶଂସା କରିଛନ୍ତି। କିନ୍ତୁ ମୁକ୍ତିଲାଭ କରିବାର କିଛି ଘଣ୍ଟା ମଧ୍ୟରେ ଏହି ଚଳଚ୍ଚିତ୍ର ଅନଲାଇନ ଲିକ୍‌ ହୋଇଯାଇଛି।

ଗତ କିଛିଦିନ ହେବ ‘ଗେମ୍ ଚେଞ୍ଜର’କୁ ଲଗାତର ଚର୍ଚ୍ଚାରେ ରହିଛନ୍ତି ରାମଚରଣ। ଏହି ଚଳଚ୍ଚିତ୍ର ମାଧ୍ୟମରେ ରାମଚରଣ ଦୀର୍ଘ ୪ ବର୍ଷ ପରେ ବଡ ପରଦାରେ ନଜର ଆସିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପାଇରେସୀର ଶିକାର ହୋଇଛି ‘ଗେମ୍ ଚେଞ୍ଜର’ ଏବଂ ଫିଲ୍ମର ସମ୍ପୂର୍ଣ୍ଣ ଏଚ୍‌ଡି ଭର୍ସନ ଅନଲାଇନ ଲିକ୍‌ ହୋଇଯାଇଛି। ତାମିଲରକର୍ସ, ଫିଲ୍ମିଜିଲା, ମୁଭିରୁଲ୍‌ଜ, ଟେଲିଗ୍ରାମ ଏବଂ ଅନ୍ୟ କେତେକ ଓ୍ବେବସାଇଟ୍‌ରେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଉପଲବ୍ଧ ଅଛି, ଯାହା ସମ୍ପୂର୍ଣ୍ଣ ବେଆଇନ। ଚଳଚ୍ଚିତ୍ର ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଅନଲାଇନରେ ଲିକ୍ ହେବା ଦ୍ଵାରା ଏହା ଫିଲ୍ମର ବକ୍ସ ଅଫିସ ବ୍ୟବସାୟରେ ଗଭୀର ପ୍ରଭାବ ପକାଇପାରେ। ଏହା ବ୍ୟତୀତ ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ, ଚଳଚ୍ଚିତ୍ରର ଡିଜିଟାଲ୍ ଲିକ୍ ହେବାଦ୍ଵାରା ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ କ୍ରୁ ମେମ୍ବରଙ୍କ କଠିନ ପରିଶ୍ରମ ଏବଂ ପ୍ରୟାସ ମଧ୍ୟ ପ୍ରଭାବିତ ହୋଇଥାଏ।

- Advertisement -

ଆମ ଦେଶରେ ପାଇରେସୀ ବିରୁଦ୍ଧରେ ଅତ୍ୟନ୍ତ କଠୋର ନିୟମ ରହିଛି। ଧରାପଡ଼ିଲେ ଅପରାଧୀଙ୍କୁ କପିରାଇଟ୍ ଆକ୍ଟ ଅନୁଯାୟୀ ଦଣ୍ଡିତ କରାଯାଇପାରେ। ଏହା ବ୍ୟତୀତ ବ୍ୟକ୍ତିଙ୍କୁ ଜୋରିମାନା ଏବଂ ଦଣ୍ଡର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିପାରେ। କେତେକ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଜେଲ୍ ମଧ୍ୟ ହୋଇପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories