www.samajalive.in
Sunday, December 7, 2025
18.1 C
Bhubaneswar

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ । ଏହି ପର୍ବ ସୂର୍ଯ୍ୟଦେବତା ମକର ରାଶିରେ ପ୍ରବେଶ କରିବା ପରେ ପାଳନ କରାଯାଏ । ମକର ସଂକ୍ରାନ୍ତିରେ ସ୍ନାନ ଓ ଦାନର ପରମ୍ପରା ପୁରାତନ କାଳରୁ ଚାଲି ଆସିଛି । ଏହି ଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ଦିନ ରାଶି ଲଡୁ ଓ ଖେଚେଡି ସେବନ କରିବାର ମଧ୍ୟ ପରମ୍ପରା ରହିଛି । ଏହି ଦିନ ଖେଚେଡି ଖାଇବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

୧୪ ଜାନୁଆରୀରେ ସୂର୍ଯ୍ୟ ଦେବତା ମକର ସଂକ୍ରାନ୍ତିରେ ପ୍ରବେଶ କରିବେ । ସକାଳ ୯ଟା ୩ ମିନିଟରେ ସୂର୍ଯ୍ୟ ପ୍ରବେଶ କରିବେ । ଅର୍ଥାତ୍‌ ୧୪ ଜାନୁଆରୀରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯିବ । ଭଗବାନ ସୂର୍ଯ୍ୟଙ୍କ ନିକଟରେ ରାଶି ଲଡୁ ଅର୍ପଣ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

- Advertisement -

ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପରେ ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ମକର ସଂକ୍ରାନ୍ତି ପରେ ଏହି ରାଶି ଭାଗ୍ୟଶାଳୀ ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । ଜାଣନ୍ତୁ..

ମେଷ – ମକର ସଂକ୍ରାନ୍ତି ପରେ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ସମୟ ଆରମ୍ଭ ହେବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଭୂମି, ଯାନ, ଘର କିଣିବାର ଯୋଗ ରହିଛି । ସନ୍ତାନ ପକ୍ଷରୁ ସୁଖ ମିଳିବ ।

ସିଂହ – ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟୀ ଖୁବ୍‌ ଲାଭବାନ୍‌ ହେବେ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ ।

ବାସ୍ତୁ : ଜାଣନ୍ତୁ.. ଘରେ କଳହର କାରଣ ନୁହେଁ ତ ଏମିତି ପୋଷାକ ଟାଙ୍ଗିବା..

ମକର – ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିବା ପରେ ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବା ସହ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

ବିଛା – ଏହି ରାଶିଙ୍କ ପାଇଁ କୌଣସି ବରଦାନରୁ କମ୍‌ ନୁହେଁ, ମକର ସଂକ୍ରାନ୍ତି । ମନ ପସନ୍ଦର ସଫଳତା ମିଳିବ । ସାହସ ବଢିବ । ଚାକିରି କ୍ଷେତ୍ରରେ ଅନେକ ସଫଳତା ମିଳିବ ।

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories