www.samajalive.in
Saturday, December 6, 2025
26.1 C
Bhubaneswar

ଗଛରେ ପିଟିହେଲା ବାଇକ, ଚାଳକ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଘଟଣାରୁ ପ୍ରକାଶ ଯେ, ବିଳମ୍ବିତ ରାତିରେ ଏକ ମଟର ସାଇକେଲ ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ଟୋଲ୍ ଗେଟରୁ ମାତ୍ର ୧୦୦ ମିଟର ଦୂରରେ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଚାଳକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଇରିପିଗୁଡା ଗ୍ରାମର ଦୀପକ ମାଲିକ(୨୩) ବୋଲି ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି।

ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କୁର୍ତମଗଡ଼ ଗ୍ରାମର ରହନ ନନ୍ଦ ଏବଂ ଦୁଇ ବନ୍ଧୁ ତୋଫାନ ନାୟକ, ପିଙ୍କୁ ନନ୍ଦ ଦୁର୍ଘଟଣାଗ୍ରସ୍ତ ମଟର ସାଇକେଲକୁ ଦେଖି ତୁମୁଡିବନ୍ଧ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତୁମୁଡିବନ୍ଧରୁ ୧୦୮ ଆମ୍ବୁଲାନ୍ସକୁ ଡକାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁମୁଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତୁମୁଡିବନ୍ଧ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ କେସ୍ ୭/୨୫ରେ ରୁଜୁ ହୋଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories