www.samajalive.in
Saturday, December 6, 2025
26.1 C
Bhubaneswar

ଗମାଣ୍ଡି ଗ୍ରାମରେ ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ

ରାଇକିଆ : ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପାରିକ ଭାବେ ରାଇକିଆ ବ୍ଲକ ଅନ୍ତର୍ଗତ ଗମାଣ୍ଡି ଗ୍ରାମରେ ଫୁଲକୋବି ଚାଷ କରି ଆସୁଛନ୍ତି। ଏବେ ଗ୍ରାମର ୧୫ ଜଣ ଚାଷୀମାନେ ସଙ୍ଘଠିତ ହୋଇ ଭୁବନେଶ୍ୱର ସ୍ଥିତ ଆୱାର୍ଡ ନାମକ ସାମାଜିକ ସେବା ସଂସ୍ଥାର ସଚେତନତା ସହ ସହଯୋଗରେ ଏକ ସମ୍ଭବ ନାମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜ ଜମି ମାନଙ୍କରେ ୫ ମାସରୁ ଉର୍ଦ୍ଧ୍ବ ହେବ ପ୍ରାୟ ୧୦ ଏକର ଜମିରେ ଲେମନ ଗ୍ରାସ ଚାଷ ବିନା ରାସାୟନିକ ସାରରେ ସମ୍ପୂର୍ଣ୍ଣ ଜୈବିକ ଭାବେ ଚାଷ କରିଛନ୍ତି‌। ଲେମନ ଗ୍ରାସ ପ୍ଲାଣ୍ଟ ଗୁଡ଼ିକ କେନ୍ଦ୍ର ସରକାରଙ୍କ ଏକ ସ୍କିମ ଜରିଆରେ ଯୋଗାଯୋଗ କରି ରାଜ୍ୟ ବାହାରୁ ଅଣା ଯାଇଥିଲା। ରାଇକିଆ ଗମାଣ୍ଡି ଗ୍ରାମରେ ଏକ ତେଲ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଲେ ଚାଷୀ ଉପକୃତ ହେବେ ବୋଲି ଚାଷୀ ସଂଘ ସଭାପତି ମସେଷ ଦିଗାଳଙ୍କ ସହ ଅନ୍ୟ ଚାଷୀ ମତ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନଙ୍କ ଦାବି ରହିଛି।

ବାସ୍ତୁ : ଜାଣନ୍ତୁ.. ଘରେ କଳହର କାରଣ ନୁହେଁ ତ ଏମିତି ପୋଷାକ ଟାଙ୍ଗିବା..

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories