www.samajalive.in
Monday, December 8, 2025
13.1 C
Bhubaneswar

ଆଲୁମିନା ପାଉଡର ଚୋରି,୨ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଲାଞ୍ଜିଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବୁଧବାର ରାତିରେ ଲାଞ୍ଜିଗଡ଼ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଲାଞ୍ଜିଗଡ଼ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳ କୌଣସି ସୂତ୍ରରୁ  ଆଲୁମିନା ପାଉଡର ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ଏହା ପରେ ଏସଆଇ ବଳଭଦ୍ର ଗୌଡ ସଦଳବଳ  ଘଟଣାସ୍ଥଳରେ ପହଞ୍ଚି ଚମ୍ପାଦେଇପୁର ଗ୍ରାମର ହଳଧର ସାହୁ ଏବଂ ଖମନଖୁଣ୍ଟି ଗ୍ରାମର ବଇଲା କନ୍ଧପାଣିଙ୍କୁ କାବୁ କରିଥିଲେ। ୫ ଟନ ୮ କୁଇଣ୍ଟାଲ ଆଲୁମିନା ପାଉଡର ଲୋଡ ହୋଇଥିବା ୨ଟି ଟ୍ରାକ୍ଟର, ପିକଅପ ଭ୍ୟାନ, ଏକ କାର ସହିତ ନଗଦ ୫୦ ହଜାର ଟଙ୍କା ଜବତ କରିଥିଲେ। ଏ ନେଇ ଏକ ମାମଲା(୧/୨୫) ରୁଜୁ ହୋଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories