www.samajalive.in
Thursday, December 11, 2025
15.1 C
Bhubaneswar

ଆଲୁମିନା ପାଉଡର ଚୋରି,୨ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଲାଞ୍ଜିଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବୁଧବାର ରାତିରେ ଲାଞ୍ଜିଗଡ଼ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଲାଞ୍ଜିଗଡ଼ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳ କୌଣସି ସୂତ୍ରରୁ  ଆଲୁମିନା ପାଉଡର ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ଏହା ପରେ ଏସଆଇ ବଳଭଦ୍ର ଗୌଡ ସଦଳବଳ  ଘଟଣାସ୍ଥଳରେ ପହଞ୍ଚି ଚମ୍ପାଦେଇପୁର ଗ୍ରାମର ହଳଧର ସାହୁ ଏବଂ ଖମନଖୁଣ୍ଟି ଗ୍ରାମର ବଇଲା କନ୍ଧପାଣିଙ୍କୁ କାବୁ କରିଥିଲେ। ୫ ଟନ ୮ କୁଇଣ୍ଟାଲ ଆଲୁମିନା ପାଉଡର ଲୋଡ ହୋଇଥିବା ୨ଟି ଟ୍ରାକ୍ଟର, ପିକଅପ ଭ୍ୟାନ, ଏକ କାର ସହିତ ନଗଦ ୫୦ ହଜାର ଟଙ୍କା ଜବତ କରିଥିଲେ। ଏ ନେଇ ଏକ ମାମଲା(୧/୨୫) ରୁଜୁ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories