www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଉଚ୍ଚଶିକ୍ଷା ସୁଯୋଗ ଏବଂ ପ୍ରବାସୀ’ ଶୀର୍ଷକ ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର :ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ‘ଉଚ୍ଚଶିକ୍ଷା ସୁଯୋଗ ଏବଂ ପ୍ରବାସୀ’ ଶୀର୍ଷକ ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡା ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆମେରିକାର କାର୍ଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଏବଂ ପ୍ରଫେସର ତ୍ରିଲୋକୀନାଥ ପାଣ୍ଡେ ଏବଂ ୟୁକେର ଲଣ୍ଡନ ମେଟ୍ରୋପଲିଟାନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଭବାନୀ ଶଙ୍କର ନାୟକ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ପ୍ରଫେସର ଭବାନୀ ଶଙ୍କର ନାୟକ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ଏବଂ ପ୍ରବାସୀ ଭାରତୀୟଙ୍କ ଭୂମିକା କେବଳ ଅର୍ଥ ପଠାଣରେ ସୀମିତ ନ ରହି, ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବୌଦ୍ଧିକ ଭିତ୍ତିଭୂମି ପ୍ରଦାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ପ୍ରଫେସର ତ୍ରିଲୋକୀନାଥ ପାଣ୍ଡେ ଆମେରିକାର ମହଙ୍ଗା ଶିକ୍ଷା ବ୍ୟବସ୍ଥା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରବାସୀ ଭାରତୀୟଙ୍କ ସହାୟତାରେ ବିଦେଶରେ ଶିକ୍ଷା ଗ୍ରହଣ କିପରି କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ।

- Advertisement -

ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ବିଦେଶରେ ଉଚ୍ଚଶିକ୍ଷା ହାସଲ କରିବାର ଆହ୍ୱାନ ଏବଂ ବିଦେଶ ଶିକ୍ଷାକୁ ସହଜ କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା, ସମାଜ ବିଜ୍ଞାନର ପ୍ରାସଙ୍ଗିକତା, ଉଚ୍ଚଶିକ୍ଷା ସୁଯୋଗରେ ପ୍ରବାସୀ ଭାରତୀୟଙ୍କ ଭୂମିକା, ଫେଲୋସିପ୍ ଏବଂ ସହଯୋଗ ଉପରେ ଆଲୋକପାତ କରିଥିଲେ। ଡ. ଦିନବନ୍ଧୁ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ ବିଜ୍ଞାନର ସହକାରୀ ପ୍ରଫେସର ଡକ୍ଟର ତନୟା ମହାନ୍ତି, ସୁଶ୍ରୀ ସସ୍ମିତା ସୋରେନ୍, ଡକ୍ଟର ଦିନବନ୍ଧୁ ସାହୁ, ଡକ୍ଟର ପପେଶ କୁମାର ଲେଙ୍କା ଏବଂ ସୁଶ୍ରୀ ଅନ୍ୱେଷା ପାଣିଗ୍ରାହି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories