www.samajalive.in
Thursday, December 11, 2025
15.1 C
Bhubaneswar

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର ବିରୁଦ୍ଧରେ ‘ଭଏସ୍ ଏଗେନଷ୍ଟ ହେଟ୍’ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର କରାଯାଉଥିବା ପ୍ରତିବାଦରେ ‘ଭଏସ୍ ଏଗେନଷ୍ଟ ହେଟ୍’ ପକ୍ଷରୁ ଆବାହକ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶୁକ୍ରବାର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ବିକ୍ଷୋଭକାରୀମାନେ ମୁହଁରେ କଳାପଟି ବାନ୍ଧି, ହାତରେ ‘ଭଏସ୍ ଏଗେନଷ୍ଟ ହେଟ୍’ର ପତାକା ଧରିବା ସହ ‘ଆମେ ସମସ୍ତେ ଭାଇ ଭାଇ, ହିଂସା ଘୃଣାର ସ୍ଥାନ ନାହିଁ’, ‘ଘୃଣା ନୁହେଁ, ଭାଇଚାରା ରଖ’, ‘ଆସ ଗଢିବା ଘୃଣାମୁକ୍ତ ସମାଜ’, ‘ଆମକୁ ଭାଗ ଭାଗ କରନାହିଁ’, ‘ଆମେ ଏକ, ଆମେ ଭାରତୀୟ’, ‘ଘୃଣା ଛାଡ଼, ଦେଶ ଯୋଡ଼’ ଆଦି ପ୍ଲାକାର୍ଡ଼ମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ଅତ୍ୟାଚାରିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସୁରକ୍ଷା ଓ ତାଙ୍କ ଉପରେ ହୋଇଥିବା ବର୍ବୋରଚିତ ଅତ୍ୟାଚାର ପାଇଁ ନ୍ୟାୟ ଦାବି କରାଯାଇଥିଲା।

ଗଜପତି ଜିଲ୍ଲା, ବାଲେଶ୍ୱର ଜିଲ୍ଲାର ଔପଦା, ରେମୁଣା ଓ ସୋରୋ, ଯାଜପୁର ଜିଲ୍ଲାର ପୀଡ଼ିତ/ପୀଡ଼ିତାମାନେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଥିଲା। ପ୍ରଦେଶ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅଜିତ ସିଂ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ବିକ୍ଷୋଭରେ ଅମିୟ ପାଣ୍ଡବ, ୟାସିର ନୱାଜ, ବିଶ୍ୱଜିତ ଦାସ, ଡ. ପ୍ରଲ୍ଲବ ଲିମା, ପ୍ରକାଶ ମିଶ୍ର, ଗଣେଶ ଦାଶ, ମନୋଜ ବିଶ୍ୱାଳ, ମୀର ଅହମ୍ମଦ ଅଲ୍ଲୀ, ଅଜୟ ସାହୁ, ରାହୁଲ ମହାନ୍ତି, ବିଶପ ଡି.ବି. ହୃଦୟ, ସୁଦୀପ ସାମଲ, ଶ୍ରୀୟାସ୍ମିତା ପଣ୍ଡା, ମହମ୍ମଦ ପରଭେଜ, ଶିଶିର ରଥ, ରାଜେ ସ୍ୱାଇଁ, କାଳନ୍ଦୀ ଖୁଣ୍ଟିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories