www.samajalive.in
Saturday, December 6, 2025
23.1 C
Bhubaneswar

ଲିଙ୍ଗଗତ ସମାନତା ଆମ ବୈଦେଶିକ ନୀତି ଓ ବିଶ୍ୱ ସମ୍ପର୍କର ଅବିଚ୍ଛେଦ୍ୟ ଅଂଶ – ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଆଜି କହିଛନ୍ତି ଯେ, ଲିଙ୍ଗଗତ ସମାନତା ଏବଂ ମହିଳାଙ୍କ ବିକାଶ ଭାରତର ବୈଦେଶିକ ନୀତି ଏବଂ ଅନ୍ତର୍ଜାତୀୟ ସମ୍ପର୍କର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି।

ଆଜି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଚତୁର୍ଥ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଧ୍ୟକ୍ଷତା କରି ‘ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଏବଂ ପ୍ରଭାବ – ନାରୀ ଶକ୍ତି’ ଶୀର୍ଷକରେ ଡ. ଜୟଶଙ୍କର ସମାଜରେ ବିକାଶକୁ ପ୍ରଭାବିତ କରୁଥିବା ଗଭୀର ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଜନ୍ମରୁ ଆରମ୍ଭ କରି ପାରିବାରିକ ସ୍ତରରେ ଭେଦଭାବ କିପରି ଆରମ୍ଭ ହୁଏ ଏବଂ ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସମ୍ବଳର ଉପଲବ୍ଧତାରେ ପ୍ରତିଫଳିତ ହୁଏ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

- Advertisement -

ଅଧିବେଶନରେ ବିଶ୍ୱସ୍ତରରେ ମହିଳା ନେତ୍ରୀଙ୍କ ସଫଳତାକୁ ପ୍ରଶଂସା କରାଯିବା ସହ ପ୍ରଗତିରେ ବାଧା ସୃଷ୍ଟି କରୁଥିବା ବ୍ୟବସ୍ଥାଗତ ଆହ୍ୱାନର ମୁକାବିଲା ପାଇଁ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories