ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର 

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଙ୍କ ବାପା ଲାଚିଆ ତିଆକା କହିବା ଅନୁଯାୟୀ ଝିଅ ଲକ୍ଷ୍ମୀ ତିଆକା( ୧୫) ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ। ଝିଅ ଗୁରୁବାର ଦିନ ସକାଳୁ ନିଜ ଘରୁ ଖାଇବା ନେଇ ଗୁଡ଼ିଆକୁ କପା ତୋଳିବାକୁ ଯାଇଥିଲେ। ଲାଚିକା କୌଣସି କାର୍ଯ୍ୟରେ କଲ୍ୟାଣସିଂହପୁର ବଜାରକୁ ଆସି ଘରକୁ ଯାଇଥିଲେ। ସନ୍ଧ୍ୟାରେ ଝିଅ ଘରକୁ ନ ଫେରିବାରୁ ବାପା କପା ଗୁଡ଼ିଆକୁ ଯାଇଥିଲେ। ସେଠାରେ ଥିବା କୁଡ଼ିଆରେ ଝିଅ ଧରିଥିବା ଓଢଣୀରେ ବେକରେ ଲଗେଇ ଝୁଲୁଥିବା ଦେଖିଥିଲେ। ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀକୁ କହି ଗୁଡ଼ିଆକୁ ଆସିଥିଲେ।
ଖବର ପାଇ ସ୍ଥାନୀୟ ଅଧିକାରୀ ନୀଳକଣ୍ଠ ବେହେରା, ଏସ ଆଇ ଶିଵ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ରାୟଗଡା ସାଇଣ୍ଟିଫିକ୍‌ ଦଳକୁ ଖବର ଦେଇଥିଲେ। ସକାଳୁ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଘଟଣାର ଟିକିନିଖି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାର ତଦନ୍ତ ଚାଲିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ସନ୍ଦେହ ଘେରରେ ରହିଛି।

prayash

ବାସ୍‌ ଗୋଟିଏ ଚାହାଣୀରେ.. ହାତୀ-କୁକୁରର ଏମିତି ଭିଡିଓ କେବେ ଦେଖିନଥିବେ..

kalyan agarbati

Comments are closed.