www.samajalive.in
Saturday, December 13, 2025
26.1 C
Bhubaneswar

ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର 

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଙ୍କ ବାପା ଲାଚିଆ ତିଆକା କହିବା ଅନୁଯାୟୀ ଝିଅ ଲକ୍ଷ୍ମୀ ତିଆକା( ୧୫) ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ। ଝିଅ ଗୁରୁବାର ଦିନ ସକାଳୁ ନିଜ ଘରୁ ଖାଇବା ନେଇ ଗୁଡ଼ିଆକୁ କପା ତୋଳିବାକୁ ଯାଇଥିଲେ। ଲାଚିକା କୌଣସି କାର୍ଯ୍ୟରେ କଲ୍ୟାଣସିଂହପୁର ବଜାରକୁ ଆସି ଘରକୁ ଯାଇଥିଲେ। ସନ୍ଧ୍ୟାରେ ଝିଅ ଘରକୁ ନ ଫେରିବାରୁ ବାପା କପା ଗୁଡ଼ିଆକୁ ଯାଇଥିଲେ। ସେଠାରେ ଥିବା କୁଡ଼ିଆରେ ଝିଅ ଧରିଥିବା ଓଢଣୀରେ ବେକରେ ଲଗେଇ ଝୁଲୁଥିବା ଦେଖିଥିଲେ। ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀକୁ କହି ଗୁଡ଼ିଆକୁ ଆସିଥିଲେ।
ଖବର ପାଇ ସ୍ଥାନୀୟ ଅଧିକାରୀ ନୀଳକଣ୍ଠ ବେହେରା, ଏସ ଆଇ ଶିଵ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ରାୟଗଡା ସାଇଣ୍ଟିଫିକ୍‌ ଦଳକୁ ଖବର ଦେଇଥିଲେ। ସକାଳୁ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଘଟଣାର ଟିକିନିଖି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାର ତଦନ୍ତ ଚାଲିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ସନ୍ଦେହ ଘେରରେ ରହିଛି।

ବାସ୍‌ ଗୋଟିଏ ଚାହାଣୀରେ.. ହାତୀ-କୁକୁରର ଏମିତି ଭିଡିଓ କେବେ ଦେଖିନଥିବେ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories