www.samajalive.in
Monday, December 15, 2025
16.1 C
Bhubaneswar

ଏଠାରେ ରାଶିଫଳ କିମ୍ବା ହାତ ଦେଖି ଭାଗ୍ୟ କହିବା ଅପରାଧ, ଜ୍ୟୋତିଷଙ୍କୁ ମିଳେ ଦଣ୍ଡ

ସମାଜ ଡିଜିଟାଲ ଡେସ୍କ: ଟେରୋଟ୍‌ କାର୍ଡ଼ ରିଡିଙ୍ଗ୍‌, ହାତ ଦେଖି ଭାଗ୍ୟ କହିବା କିମ୍ବା ରାଶିଫଳ ଦ୍ଵାରା ଆଗାମୀ ଦିନ ବିଷୟରେ ଭବିଷ୍ୟବାଣୀ କରିବା, ଏସବୁ ଜ୍ୟୋତିଷଙ୍କ କାମ। ଏହା କୌଣସି ଅପରାଧ ନୁହେଁ। କିନ୍ତୁ ସବୁ ସ୍ଥାନରେ ଏହା ଲାଗୁ ହୋଇ ନଥାଏ। ଦୁନିଆରେ ଏମିତି ସ୍ଥାନ ମଧ୍ୟ ଅଛି, ଯେଉଁଠାରେ ଲୋକଙ୍କ ଭାଗ୍ୟ କହିବା କିମ୍ବା ଜ୍ୟୋତିଷ କାମ କଲେ ଆପଣ ଦଣ୍ଡିତ ହୋଇପାରନ୍ତି। ଏଭଳି ଏକ ସହର ଅଛି, ଯେଉଁଠାରେ ଜ୍ୟୋତିଷ ବିଦ୍ୟା, ଟେରୋଟ୍‌ କାର୍ଡ଼ ରିଡିଙ୍ଗ୍‌ ଓ ରାଶିଫଳର ଭବିଷ୍ୟବାଣୀକୁ ବିଜ୍ଞାନସମତ ନୁହେଁ ବୋଲି କହିବାସହ ଏଭଳି କାର୍ଯ୍ୟରେ ସାମିଲ ହେବାକୁ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥାଏ।

ୟୁଏସ୍‌ର ଓରେଗନ ରାଜ୍ୟରେ ୟାମହିଲ ନାମକ ଏକ ସହର ଅଛି। ଏଠାରେ ଭାଗ୍ୟ କହିବା, ଭବିଷ୍ୟବାଣୀ କରିବା କିମ୍ବା ହାତ ଦେଖି ଭଲ-ମନ୍ଦ, ଅତୀତ-ଭବିଷ୍ୟତ କହିବା ଅପରାଧ। ଟେରୋଟ୍‌ କାର୍ଡ଼ ରିଡିଙ୍ଗ୍‌, ରାଶିଫଳ କହିବା, ଭବିଷ୍ୟତ କହିବା ଆଦି ଏଠାରେ ବେଆଇନ। ୟାମହିଲରେ ଏକ ସ୍ଵତନ୍ତ୍ର ଆଇନ ଅଛି, ଯାହା ଏଭଳି କାର୍ଯ୍ୟକଳାପକୁ ସହରରେ ନିଷିଦ୍ଧ କରିବା ନେଇ ବିସ୍ତୃତ ସୂଚନା ଦେଇଥାଏ। ଆଇନ ଅନୁଯାୟୀ, ଭାଗ୍ୟ କହିବା ଭଳି ଗୁପ୍ତ କଳା, ଯେଉଁଥିରେ ଜ୍ୟୋତିଷ ବିଦ୍ୟା, ମସ୍ତିଷ୍କ ବିଜ୍ଞାନ, ହସ୍ତରେଖା ବିଜ୍ଞାନ, ଦିବ୍ୟଦୃଷ୍ଟି, ଟେରୋଟ୍‌ କାର୍ଡ଼ ରିଡିଙ୍ଗ୍‌ ଆଦିକୁ ଭୁଲ୍ ଓ ବିଜ୍ଞାନସମତ ନୁହେଁ ବୋଲି କୁହାଯାଏ। ଏସବୁର ପ୍ରୟୋଗ ଏଠାକାର ଆଇନର ବିରୁଦ୍ଧାଚରଣ କରିଥାଏ। ଏପରିକି ଏଭଳି ବିଦ୍ୟା ପ୍ରଯୋଗ କରି କୌଣସି ହଜିଥିବା କିମ୍ବା ଚୋରି ହୋଇଥିବା ସମ୍ପତ୍ତି ବିଷୟରେ ଜାଣିବା ତଥା କୌଣସି ଘଟଣା ବିଷୟରେ ଉପଦେଶ ବା ସୂଚନା ଦେବାକୁ ଉଦ୍ୟମ କରିବା ମଧ୍ୟ ଅବୈଧ। ଏହି ନିୟମ ଭାଙ୍ଗିଲେ ଜେଲ୍‌ ମଧ୍ୟ ଯିବାକୁ ପଡ଼ିପାରେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories