ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ

ବାଲେଶ୍ୱର: ବାଲେଶ୍ୱର ଅରଡ଼ ବଜାରଠାରୁ ପରିବା ମାର୍କେଟ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ରେଳଲାଇନ ସମ୍ପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ ଲାଗୁ କରାଯାଇଥିବା ସୂଚନା ମିଳିଛି। ହରିପୁରରୁ ଦର୍ଜିପୋଖରୀ, କସମିଳା ଠାରୁ ଫୁଲାଟି, ନୂଆ ବଜାର ରେଳଫାଟକ ଓ ନୂଆବଜାର ପରିବା ମାର୍କେଟରେ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଭୋର ୪ଟାରୁ ଜାନୁଆରୀ ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏସବୁ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

kalyan agarbati

Comments are closed.