www.samajalive.in
Saturday, December 6, 2025
15.1 C
Bhubaneswar

ଆତ୍ମହତ୍ୟା କଲେ ବିଧାୟକ, ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ !

ସମାଜ ଡିଜିଟାଲ ଡେସ୍କ: ଆମ ଆଦମୀ ପାର୍ଟି (ଆପ) ବିଧାୟକଙ୍କ ଆତ୍ମହତ୍ୟା। ଏଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି ପଞ୍ଜାବରୁ। ପଞ୍ଜାବର ଲୁଧିଆନା (ପଶ୍ଚିମ) ବିଧାନସଭା ନିର୍ବାଚନମଣ୍ଡଳୀର ଆପ୍‌ ବିଧାୟକ ଗୁରପ୍ରୀତ ବାସୀ ଗୋଗୀ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶୁକ୍ରବାର ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି।

ତେବେ ଗୋଗୀ ଭୁଲବଶତଃ ନିଜକୁ ଗୁଳି କରିଥିବା ପରିବାର ଲୋକେ କହିଛନ୍ତି। ସେ ନିଜ ବନ୍ଧୁକକୁ ଧରିଥିବାବେଳେ ଅସାବଧାନତା ବଶତଃ ତାହା ଫୁଟି ଯାଇଥିଲା। ଯାହାଫଳରେ ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବିଧାୟକଙ୍କ ଆତ୍ମହତ୍ୟାକୁ ସଜହରେ ଗ୍ରହଣ କରିପାରୁନି ପୁଲିସ। ତେଣୁ ମୃତଦେହ ଜବତ କରି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରୁଛନ୍ତି ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି। ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ତାହାର କାରଣ କ’ଣ ତାହା ବି ସ୍ପଷ୍ଟ ହୋଇନାହିଁ।

- Advertisement -

ଆପ୍‌ର ଜିଲା ସମ୍ପାଦକ ପରମବୀର ସିଂହ କହିଛନ୍ତି, ବିଦାୟକ ଗୋଗୀ ନିତିଦିନିଆ କାର୍ଯ୍ୟ ସାରି ଘରକୁ ଫେରିଥିଲେ। ଶେଷ ସମୟରେ ସେ ତାଙ୍କ ପରିବାର ଲୋକଙ୍କ ସହିତ ଥିଲେ। ତାଙ୍କ ପତ୍ନୀ ଏବଂ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories