www.samajalive.in
Saturday, December 6, 2025
15.1 C
Bhubaneswar

ସାଉଦି ଜେଲରୁ ମୁକ୍ତ ହେବେ ୨,୦୦୦ ପାକିସ୍ତାନ ବନ୍ଦୀ

ଇସଲାମାବାଦ : ପାକିସ୍ତାନ ଗସ୍ତରେ ଥିବା ସାଉଦି ଆରବ ରାଜା ମହମ୍ମଦ ବିନ୍‍ ସଲମାନ ସୋମବାର ସାଉଦିର ବିଭିନ୍ନ ଜେଲରେ ଥିବା ୨,୧୦୭ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାସହ ପାକିସ୍ତାନକୁ ସେ ଯଥା ସମ୍ଭବ ସାହଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ପ୍ରକାଶ କରିଛନ୍ତି। ପାକିସ୍ତାନ- ସାଉଦି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ସହ ମାନବିକତା ଦୃଷ୍ଟି କୋଣରୁ ଏହି ନିର୍ଦେଶ ଦେଇଥିବା ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ସାଉଦି ଆରବ ରାଜାଙ୍କ ସହ ଏକ ପ୍ରତିନିଧି ଦଳ ପାକିସ୍ତାନକୁ ଆସିଛନ୍ତି। ପାକିସ୍ତାନ ଅଧିକାରୀ ଓ ସାଉଦି ପ୍ରତିନିଧି ଦଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନରେ ୨୦୦୦ କୋଟି ଡଲାର ନିବେଶ କରିବାକୁ ସାଉଦି ରାଜା ସହମତି ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଦେଶ ପୁଞ୍ଜି ସଞ୍ଚୟ ସଂକଟ ଯୋଗୁଁ ପାକିସ୍ତାନର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ଦେଶକୁ ସାହଯ୍ୟ ମାଗି ଆସୁଛନ୍ତି। ଏହି କ୍ରମରେ ସେ ସାଉଦି ଆରବକୁ ଆର୍ଥିକ ସହଯୋଗ ମାଗିଥିଲେ। ସୋମବାର ଇସଲାମାବାଦଠାରେ ଇମ୍ରାନ ଖାନ ଏବଂ ସାଉଦି ରାଜାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଉଭୟ ରାଷ୍ଟ୍ରର ନେତାଙ୍କ ଏହି ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା, ଆର୍ଥିକ ସହଯୋଗ ବୃଦ୍ଧି, ନିବେଶ, ବାଣିଜ୍ୟ ଆଦି ପ୍ରସଙ୍ଗ ସାମିଲ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories