www.samajalive.in
Friday, December 5, 2025
20.1 C
Bhubaneswar

ଚକ୍ଷୁ ଚିିକିତ୍ସାଳୟର ଶୁଭ ଉଦଘାଟନ

ଅନୁଗୁଳ : ନାଲକୋ ଦ୍ୱାରା ୨୫ କୋଟି ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଚକ୍ଷୁ ଚିିକିତ୍ସାଳୟର ସୋମବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଉଦଘାଟନ କରିଛନ୍ତି। ଏଲ ବି ପ୍ରସାଦ ଆଇ ହସ୍ପିଟାଲ ନାଲକୋ ସିପିସି ପରିସରରେ ନିର୍ମିତ ଏହି ଡ଼ାକ୍ତରଖାନାକୁ ପରିଚାଳିତ କରିବେ। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଧାନ ଯୋଗ ଦେବା ସହ କହିଥିଲେ ବହୁ କମ୍ପାନୀ ଶୁଭ ଦେଇ କାମ କରିପାରନ୍ତି ନାହିଁ। ମାତ୍ର ୩ ବର୍ଷ ତଳେ ଶୁଭ ଦେଇ ପ୍ରକଳ୍ପ କାର୍ଯ୍ୟ ଶେଷ କରି ଆଜି ଶୁଭ ଉଦଘାଟନ କରିଥିବାରୁ ନାଲକୋକୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ମାନଙ୍କୁ ଚକ୍ଷୁର ସମସ୍ତ ଅତ୍ୟାଧୁନିକ ସେବା ଏଠାରେ ମିଳିବ ବୋଲି ମଧ୍ୟ ଶ୍ରୀ ପ୍ରଧାନ କହିଛନ୍ତି। ଉଦଘାଟନୀ ସଭାରେ ନାଲକୋର ସି ଏମ ଡ଼ି ତପନ କୁମାର ଚାନ୍ଦ, ଇ ଡ଼ି ଆର କେ ମିଶ୍ର ଓ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରମୁଖ ଉପସ୍ଥତି ଥିଲେ।ଏହି ଅବସରରେ ୨ ଜଣଙ୍କୁ ହୁଇଲ ଚେୟାର ଓ ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories