www.samajalive.in
Monday, December 8, 2025
14.1 C
Bhubaneswar

ଆଇସିଜେରେ କୁଳଭୂଷଣ ମାମଲା ସ୍ଥଗିତ ରଖିବା ପାଇଁ ପାକିସ୍ତାନର ନିବେଦନ ଖାରଜ

ଦ ହେଗ୍‍ : ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ସ୍ଥଗିତ ରଖିବା ପାଇଁ ପାକିସ୍ତାନର ନିବେଦନ ମଙ୍ଗଳବାର ଖାରଜ ହୋଇଯାଇଛି। ଶୁଣାଣିର ଦ୍ୱିତୀୟ ଦିନରେ ପାକିସ୍ତାନର ଆଟର୍ଣ୍ଣି ଜେନେରାଲ ଅନୱାର ମନସୁର ଖାନ ପକ୍ଷ ରଖି କହିଥିଲେ ଯେ ଅଧିକାର ଅନୁସାରେ ଜଣେ ସ୍ୱତନ୍ତ୍ର ବିଚାରପତି ନିଯୁକ୍ତ କରିବା ପାଇଁ ଆମେ ଆବେଦନ କରିଛୁ। ପାକିସ୍ତାନ ପାଇଁ ଜଣେ ବିଚାରପତିଙ୍କ ନିଯୁକ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି। ଧାରା ୩୫-୫ ଅନୁସାରେ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ କରାଯାଉ ଓ ଶୁଣାଣି ପୂର୍ବରୁ ମାମଲା ବିଷୟରେ ଅଧ୍ୟୟନ କରିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉ। କିନ୍ତୁ ଆଇସିଜେ ପାକିସ୍ତାନର ନିବେଦନକୁ ଖାରଜ କରିଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତିଙ୍କ ଅପୁପସ୍ଥିତିରେ ବି ପାକିସ୍ତାନକୁ ପକ୍ଷ ରଖିବାକୁ କୁହାଯାଇଛି। ଅର୍ଥାତ ସ୍ୱତନ୍ତ୍ର ବିଚାରପତିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ପାକିସ୍ତାନ ନିଜ ଯୁକ୍ତି ଉପସ୍ଥାପନ କରିବ ଓ ସ୍ୱତନ୍ତ୍ର ବିଚାରପତି ଆସିବା ପରେ ତାଙ୍କୁ ସମସ୍ତ ବିବରଣୀ ଦିଆଯିବ।

ପ୍ରକାଶଯୋଗ୍ୟ ଯେ ସୋମବାରଠାରୁ ଆଇସିଜିରେ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ଆରମ୍ଭ ହୋଇଛି।

- Advertisement -

ଶୁଣାଣିର ପ୍ରଥମ ଦିନରେ ସୋମବାର ଭାରତ ପକ୍ଷ ରଖି ପୂର୍ବତନ ସୋଲିସିଟର ଜେନେରାଲ ହରିଶ ସାଲଭେ କହିଥିଲେ ଯେ ପାକିସ୍ତାନ ଭିଏନା ସମ୍ମିଳନୀରେ ଦୂତାବାସସ୍ତରୀୟ ସହଯୋଗ ନିୟମର ଉଲ୍ଲଙ୍ଗନ କରିଛି। ପାକିସ୍ତାନ ପକ୍ଷରୁ ମନଗଢା କାହାଣୀ କୁହାଯାଉଛି ଓ ଏଥିରେ କୌଣସି ସତ୍ୟତା ନାହିଁ। କୁଳଭୂଷଣ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ବୋଲି ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ଭରସା ଯୋଗ୍ୟ ପ୍ରମାଣ ଦେଇନାହିଁ। ପାକିସ୍ତାନ ପକ୍ଷରୁ ଚାପ ପକାଇ ଯାଦବଙ୍କ ସ୍ୱୀକାରୋକ୍ତି ନେଇ ଭିଡ଼ିଓ ପ୍ରସ୍ତୁତ କରାଯାଇଛି ଓ ଏଥିରେ ବହୁ ତ୍ରୁଟି ଥିବା ଜଣାପଡୁଛି ଯାଦବଙ୍କୁ ଦୂତାବାସସ୍ତରୀୟ ସହଯୋଗ ଯୋଗାଇ ଦେବାକୁ ଭାରତ ୧୩ ଥର ରିମାଇଣ୍ଡର ପଠାଇଛି। ହେଲେ ପାକିସ୍ତାନ ଶୁଣିନାହିଁ। ତେଣୁ କାଳବିଳମ୍ବ ନକରି ଭାରତକୁ ଦୂତାବାସସ୍ତରୀୟ ସହଯୋଗ ପ୍ରଦାନ ପାଇଁ ଅନୁମତି ଦିଆଯିବା ଆବଶ୍ୟକ। ପାକିସ୍ତାନ ଯାଦବକୁ ବାଲୁଚିସ୍ତାନରୁ ଗୁପ୍ତଚର ଅଭିଯୋଗରେ ମାର୍ଚ୍ଚ ୩ରେ ଗିରଫ କରିଥିବା ଦର୍ଶାଉଛି। ହେଲେ ଗିରଫର ମାସେ ପରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଇରାନରୁ ଯାଦବଙ୍କୁ ଅପହରଣ କରି ନିଆଯାଇଥିବା ଭାରତ କହି ଆସୁଛି।

ନେଦରଲାଣ୍ଡସ୍ଥିତ ଦ ହେଗ୍‍ର ପିସ୍‍ ପ୍ୟାଲେସ୍‍ରେ ୨୦୧୯ ଫେବୃଆରୀ ୧୮ରୁ ୨୧ ପର୍ଯ୍ୟନ୍ତ ଏହି ମାମଲର ଶୁଣାଣି ହେବ। ପ୍ରାୟ ଗୋଟିଏ ସପ୍ତାହ ଶୁଣାଣି ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି। ୧୮ ଫେବୃଆରୀ ସୋମବାର ସକାଳ ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଭାରତ ନିଜ ପକ୍ଷ ରଖିଥିଲା ବେଳେ ମଙ୍ଗଳବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିଛି। ଏହାପରେ ଫେବୃଆରୀ ୨୦ ବୁଧବାର ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଭାରତ ଏବଂ ୨୧ ଫେବୃଆରୀ ଗୁରୁବାର ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିବ । ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories