www.samajalive.in
Saturday, December 6, 2025
16.1 C
Bhubaneswar

‘ମୋଟୋ ଜି-୭ ପାୱାର’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ମୋଟୋରୋଲା ଭାରତରେ ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ମୋଟୋ ଜି-୭ପାୱାର’। ଏହାର ମୂଲ୍ୟ ମାତ୍ର ୧୩,୯୯୯ଟଙ୍କା। ଏହି ଫୋନଟି ଉଭୟ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରେ ଉପଳବ୍ଧ ରହିଛି। ଏହି ଫୋନ ୪ଜିବି ରାମ ସହିତ ୬୪ଜିବି ଷ୍ଟୋରେଜରେ ଉପଲବ୍ଧ ରହିଛି। ‘ମୋଟୋ ଜି-୭’ରେ ୬.୨ଇଞ୍ଚର ଏଲସିଡି ଏଚଡି ପ୍ଲସ ନଞ୍ଚ ଡିସପ୍ଳେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯:୯। ଫୋନରେ କ୍ୱାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୬୩୨ପ୍ରୋସେସର ରହିଛି। ଯାହାର କ୍ଲାକ ସ୍ପିଡ ୧.୮ଜିଏଚଜେଡ।

courtesy-gizbot

ଏହାବ୍ୟତୀତ ଫୋନରେ ୪ଜିବି ରାମ ସହିତ ୬୪ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୧୨ମେଗଜାପିକେ୍‍ସେଲର ରିୟର କ୍ୟାମେରା ଏବଂ ୮ମେଗାପିକ୍‍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ଉଭୟ କ୍ୟାମେରାରେ ଏଲଇଡି ଫ୍ଲାସଲାଇଟ ମିଳିବ। ଏହି କ୍ୟାମେରା ସାହାର୍ଯ୍ୟରେ ମଧ୍ୟ ଆପଣ ୪କେ ଭିଡିଓ ରେକର୍ଡ କରିପାରିବେ। ଏଥିରେ ଷ୍ଟକ ଆଣ୍ଡ୍ରଏଡ ମିଳିବ ଯାହା ଆଣ୍ଡ୍ରଏଡ ପାଇ ୯.୦ରେ କାମକରିବ।
ଏହି ଫୋନରେ ୫ହଜାର ଏମଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ବ୍ୟାଟେରୀକୁ ନେଇ କମ୍ପାନୀର କହିବା କଥା ଏହି ଫୋନକୁ ଥରେ ଚାର୍ଜ କରିବା ଦ୍ୱାରା ଏହା ୯ଘଣ୍ଟା ବ୍ୟାକଅପ ଦେଇଥାଏ। ଫୋନରେ ଟିପଚିହ୍ନ ସେନସର ସହିତ ଫେସଅନଲକର ସୁବିଧା ମଧ୍ୟ ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories