www.samajalive.in
Sunday, December 7, 2025
23.1 C
Bhubaneswar

ସେନା ବିରୋଧୀ ମନ୍ତବ୍ୟ ଦେଇ ଗୁଆହାଟୀ ପ୍ରଧ୍ୟାପିକା ନିଲମ୍ବିତ

ଗୁଆହାଟୀ : ସାମାଜିକ ଗଣମାଧ୍ୟମରେ ପୁଲୱାମା ଆକ୍ରମଣ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗୁଆହାଟୀ ଆଇକନ ଆକାଡେମୀ ଜୁନିଅର କଲେଜର ଜଣେ ମହିଳା ସହକାରୀ ପ୍ରଧ୍ୟାପିକା ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ ଏହି କଲେଜର ଇଂରାଜୀ ବିଭାଗରେ ସହକାରୀ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ପାପ୍ରି ବାନାର୍ଜୀ ନିଜ ଫେସ୍‍ବୁକ୍‍ ଆକାଉଣ୍ଟରେ ଗୁରୁବାର ଫୁଲୱାମା ଆକ୍ରମଣ ଉପରେ ଲେଖିଥିଲେ। ସେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଜାମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ସେନା ଅତ୍ୟାଚାର କରୁଥିବା କହିଥିଲେ। ଏହି ଖବର ପାଇବା ପରେ କଲେଜ ତାଙ୍କୁ ତତ୍କାଳ ପ୍ରଭାବରେ ଶନିବାର ଚାକିରିରୁ ନିଲମ୍ବିତ କରିଛି। ଏନେଇ ତଦନ୍ତ ହେବ ଓ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ବୋଲି କଲେଜ ଦର୍ଶାଇଛି। ଅପରପକ୍ଷରେ ଫେସ୍‍ବୁକ୍‍ ପୋଷ୍ଟକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଧମକ ମିଳୁଥିବା ପାପ୍ରି ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ ଏନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories