www.samajalive.in
Wednesday, December 10, 2025
26.1 C
Bhubaneswar

କାତାର ଓପନ୍: ହାଲେପ୍‌ଙ୍କୁ ହରାଇ ମର୍ଟେନ୍‌ସ ଚମ୍ପିଆନ

ଦୋହା : ବେଲ୍‌ଜିୟମ୍‌ର ଏଲିଜ୍ ମର୍ଟେନ୍‌ସ କାତାର ଓପନ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି। ଶନିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ମର୍ଟେନ୍‌ସ କଡ଼ା ମୁକାବିଲା ପରେ ବିଶ୍ବର ୩ନଂ ଖେଳାଳି ରୋମାନିଆର ସିମୋନା ହାଲେପ୍‌ଙ୍କୁ ପରାସ୍ତ କରିଛନ୍ତି। ପାଖାପାଖି ୨ ଘଣ୍ଟାର ମୁକାବିଲାରେ ମର୍ଟେନ୍‌ସ ୩-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ଟେଷ୍ଟରେ ହାରିବା ସତ୍ତ୍ବେ ମର୍ଟେନ୍‌ସ କଡ଼ା ମୁକାବିଲା କରି ପରବର୍ତ୍ତୀ ୨ଟି ସେଟ୍‌ରେ ବିଜୟୀ ହୋଇଥିଲେ। ଏହା ବିଶ୍ବର ୨୧ନଂ ଖେଳାଳି ଏଲିଜ୍ ମର୍ଟେନ୍‌ସଙ୍କ ଜୀବନର ସବୁଠାରୁ ବଡ଼ ବିଜୟ। ଏହି ଟୁର୍ଣ୍ଣାମେଣ୍ଟରେ ମର୍ଟେନ୍‌ସ ବିଶ୍ବ ମାନ୍ୟତାର ଶ୍ରେଷ୍ଠ ୧୦ ଜଣ ଖେଳାଳିଙ୍କ ମଧ୍ୟରୁ ୩ ଜଣଙ୍କୁ ପରାସ୍ତ କରି ପାରିଛନ୍ତି। ହାଲେପ୍‌ଙ୍କୁ ଛାଡ଼ି ଅନ୍ୟ ୨ ଟପ୍-୧୦ ଖେଳାଳି ହେଲେ କିକି ବର୍ଟେନ୍‌ସ ଓ ଆଞ୍ଜେଲିକ୍ କର୍ବର।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories