www.samajalive.in
Sunday, December 7, 2025
18.1 C
Bhubaneswar

ରବିବାର ରାଶିଫଳ

ମେଷ: ପରିସ୍ଥିିତି ଆୟତ୍ତାଧୀନ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ବୃଷ: ସତର୍କ ନ ରହିଲେ ଶତ୍ରୁମାନେ ଆକ୍ରମଣ କରିପାରନ୍ତି; ଶତ୍ରୁମାନେ ସୁଫଳ ପାଇବେ ନାହିଁ। ଆକସ୍ମିକ ସମସ୍ୟା ଦେଖା ଦେଲେ ବି ଯାନବାହନ ସୁଖ ମିଳିବ। ଯେତେ ଧନାଗମ ହେଲେ ବି ଅର୍ଥ କଷ୍ଟ ଲାଗି ରହିବ। ନିଜ ସ୍ୱାସ୍ଥ୍ୟକୁ ଜଗି ଚଳିବେ।
ମିଥୁନ: ପୈତୃକ ସମ୍ପତ୍ତି ଉଦ୍ଧାର କରିବାରେ ସକ୍ଷମ ହେବେ। ଆଶାବାଦୀ ହେବେ। ରୋଜଗାର ଯଥେଷ୍ଟ ପରିମାଣର ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ନୂତନ କର୍ମରେ ଯୋଗଦାନ କରିପାରନ୍ତି। ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠୁ ଭଲ। ଉତ୍ତମ ମିତ୍ର, ପୁତ୍ର ବା ପୁତ୍ରବତ୍‍ ସମ୍ପଦ ଲାଭ ହେବ। ଧନଲାଭ ହେବ। ବାଗ୍ମୀ ହେବେ।
ସିଂହ: ଗୃହରୁ ଆନନ୍ଦ ପାଇବେ। ସୁ ସମ୍ପାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଆଗ୍ରହୀ ହେବେ। ଜ୍ଞାନ ଅର୍ଜନ ପାଇଁ ଲାଗି ପଡ଼ିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ମଧ୍ୟମ ଧରଣର। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ବିଚାର ଧାରାରେ ଦ୍ୱନ୍ଦ୍ୱ ଉପୁଜି ପାରେ। ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରଣୀୟ, ବିଜୟୀ ହେବେ।
ତୁଳା: ଆୟ ହ୍ରାସ ପାଇପାରେ। ପଡ଼ୋଶୀଙ୍କ ସହ ସଦ୍‌ଭାବନାରେ ଚଳିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦରେ ବିଜୟୀ ହେବେ। ଭକ୍ତିଗାଥା ଶୁଣି ଖୁସି ହେବେ।
ବିଛା: କାର୍ଯ୍ୟ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କତାର ସହ ଚଳିବେ।
ଧନୁ: ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିବା ସହିତ ଗର୍ବିତ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ।
ମକର: ବନ୍ଧୁ ସହାୟତା ପାଇଁ ଚଳାଇଥିବା ଚେଷ୍ଟା ଫଳବତୀ ହେବ। ବୀରତ୍ୱ ପ୍ରକାଶ ପାଇଁ ଉଦ୍ୟମ ଜାରି ରଖିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ମିଳିବ। ଦିନଟି ଶୁଭଙ୍କର। ଋଣ ପରିଶୋଧ କରିପାରନ୍ତି।
କୁମ୍ଭ: ଯାତ୍ରାଦିରେ ସମ୍ମିଳିତ ହୋଇପାରନ୍ତି। ସମୟ କାଟ-ଛାଣ୍ଟ କରି ଅଧ୍ୟୟନରତ ହେବେ। ଯେ କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ମୀନ: ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି। ଅଧିକ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟାଙ୍କନ ହୋଇପାରେ। ଉପଯୁକ୍ତ ପରାମର୍ଶଦାତା ହେବେ। ଦେବ-ଦ୍ୱିଜ ପରାୟଣ ହେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories