www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଶାନ୍ତ କିଶୋର ଗିରଫ

ସମାଜ ଡିଜିଟାଲ ଡେସ୍କ: ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୁଲିସ। ପଟନାର ଗାନ୍ଧୀ ମଇଦାନଠାରେ ପ୍ରଶାସନ୍ତ ଆମରଣ ଅନଶନ ଚଳାଇଥିବାବେଳେ ସୋମବାର ଭୋର ୪ଟାରୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ବିହାର ଲୋକସେବା ଆୟୋଗ(ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ ପ୍ରଶାସନ୍ତ ଆମରଣ ଅନଶନ କରୁଥିଲେ।

ବିପିଏସସିର ୭୦ ତମ ପରୀକ୍ଷା ଆୟୋଜନ ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ପରୀକ୍ଷା ବାତିଲ କରିବାକୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଦାବି କରିବା ସହିତ ୨ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି। ତେଣୁ ଗତ ୨ ତାରିଖରୁ ପ୍ରଶାନ୍ତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଗାନ୍ଧୀ ମଇଦାନରେ ଆମରଣ ଅନଶନ ଆରମ୍ଭ କରିଥିଲେ। ଏହା ସତ୍ବେ ପୂର୍ବ ନିର୍ଦ୍ଧାରିତ ତାରିଖ ଜାନୁୟାରୀ ୪ରେ ପରୀକ୍ଷା ଆୟୋଜନ କରାଯାଇଥିଲା। କିନ୍ତୁ ପ୍ରଶାନ୍ତ ଅନଶନରୁ ଉଠି ନ ଥିଲେ। ସୋମଭାର ଭୋର ୪ଟାରେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ଏହି ସମୟରେ ପ୍ରଶାନ୍ତଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା।

- Advertisement -

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories